ଲାଇଭ ମ୍ୟାଚରେ ଅମ୍ପାୟର ଉପରକୁ ବ୍ୟାଟ ଫୋପାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ

ଆଇପିଏଲ ମ୍ୟାଚରେ ଗୁରୁବାର ପରସ୍ପର ସହିତ ଟକ୍କର ଦେଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚକୁ ଆରସିବି ୮ ଓ୍ୱିକେଟରେ ଜିତି ନେଇଥିଲା । ଏହି ମ୍ୟାଚରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସହିତ ଏମିତି ଘଟଣା ଘଟିଥିଲା, ଯାହା ପରେ ପାଣ୍ଡ୍ୟାଙ୍କ ପତ୍ନୀ ନତାଶାଙ୍କ ଅଜବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଖବର ମୁତାବକ, ପ୍ରଥମେ ବ୍ୟାଟିଂ କରୁଥିଲା ଗୁଜୁରାଟ ଟାଇଟନ୍ସ । ଦଶମ ଓଭରରେ ଗ୍ଲେନ ମ୍ୟାକ୍ସଓ୍ୱେଲ୍ ବୋଲିଂ କରୁଥିଲେ । ଓଭରର ଶେଷ ବଲ ବୋଲିଂ କରିବା ବେଳେ ପାଣ୍ଡ୍ୟା ଜୋରରେ ବ୍ୟାଟ୍ ବୁଲାଇଥିଲେ । ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ବ୍ୟାଟ୍ ଖସି ଯାଇଥିଲା । ସିଧା ଅମ୍ପାୟାରଙ୍କ ପାଖରେ ଯାଇ ପଡିଥିଲା । ଯାହାକୁ ଦେଖି ତାଙ୍କ ପତ୍ନୀ ନତାଶା ମଧ୍ୟ ହସକୁ ରୋକିପାରି ନଥିଲେ ।
ସଟ୍ ପାଇଁ ପାଣ୍ଡ୍ୟା ଏତେ ଜୋରରେ ବ୍ୟାଟ୍ ବୁଲାଇଥିଲେ ଯେ ତାହା ୨୦ ୟାର୍ଡ ବାହାରେ ପଡିଥିଲା । ଏହି ଦୃଶ୍ୟ ଦେଖି ସମସ୍ତେ ହସିବାକୁ ଲାଗିଥିଲେ ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୧୬୮ ରନ୍ କରିଥିଲା । ଜବାବରେ ବାଙ୍ଗାଲୋର ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍ ଓ ଗ୍ଲେ ମ୍ୟାକ୍ସଓ୍ୱେଲଙ୍କ ଦମରେ ମ୍ୟାଚ୍ ଜିତି ନେଇଥିଲା । ମାତ୍ର ୨ ଓ୍ଵିକେଟ ହରାଇ ମ୍ୟାଚ ଜିତିଲା ଦଳ । ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ । ଗୁଜରାଟ ଟାଇଟନ୍ସର ୧୬୯ ରନର ଟାର୍ଗେଟକୁ ସହଜରେ ପୂରା କଲା ରୟାଲ ଚାଲେଞ୍ଜର୍ସ । ୧୮.୪ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ୧୭୦ ରନ କରି ମ୍ୟାଚ ଜିତିଲା ବେଙ୍ଗାଲୁରୁ ।

ମ୍ୟାଚର ହିରୋ ସାଜିଥିଲେ ବିରାଟ କୋହଲି । ମୋଟ ୫୪ ବଲରେ ୭୪ ରନ କରିଥିଲେ କୋହଲି । ଫାପ୍‌ ଡୁପ୍ଲେସିସ୍‌ ୪୦ ରନ କରି ନଟଆଉଟ ରହି ଟିମକୁ ଜିତାଇଛନ୍ତି । ନିଜର ଶେଷ ଲିଗ୍‌ ମ୍ୟାଚର ବିଜୟ ସହ ବେଙ୍ଗାଲୁରୁ ୧୪ ମ୍ୟାଚରେ ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଉଠିଛି । ଏହାସହ ପ୍ଲେ ଅଫ ଆଶା ଉଜ୍ଜିବୀତ ହୋଇଛି । ଦିଲ୍ଲୀ-ମୁମ୍ବାଇ ମ୍ୟାଚର ଫଳାଫଳ ଉପରେ ବେଙ୍ଗଲେରୁ ପ୍ଲେ ଅଫ ଖେଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.