ଆଇସିସି ଟି୨୦ ରାଙ୍କିଂ : ହାର୍ଦ୍ଦିକ ପାଣ୍ଡ୍ୟା ନମ୍ବର ୧ ଅଲରାଉଣ୍ଡର, ବଦଳିଲା ଟପ୍‌ ୧୦ ତାଲିକା

ଟି୨୦ ବିଶ୍ୱକପ ୨୦୨୪ ସରିବା ପରେ ଆଇସିସି ତରଫରୁ ଟି୨୦ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏଥିରେ ଭାରତୀୟ ଟିମର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଇତିହାସ ରଚିଛନ୍ତି । ଟି- ୨୦ ଅଲରାଉଣ୍ଡର ରାଙ୍କିରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ପାଣ୍ଡ୍ୟା । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶ୍ରୀଲଙ୍କାର ହସରଙ୍ଗାଙ୍କ ରେଟିଂ ସମାନ ରହିଛି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନମ୍ବର ୧ରେ ରହିଛନ୍ତି ।

ପାଣ୍ଡ୍ୟାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଆଇସିସି ଟି- ୨୦ ଅଲରାଉଣ୍ଡର ରାଙ୍କିଂର ଏକ ନଂ ହୋଇ ପାରିନଥିଲେ । ଟି- ୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସ୍ଥାନ ମିଳିଛି । ଟି୨୦ ଅଲରାଉଣ୍ଡର ରାଙ୍କିଂରେ ୨୨୨ ରେଟିଂ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ନମ୍ବର ୧ ହୋଇଛନ୍ତି । ହାର୍ଦ୍ଦିକ ଦୁଇଟି ସ୍ଥାନ ତଳୁ ଉପରକୁ ଉଠିଛନ୍ତି । ଟି-୨୦ ବିଶ୍ୱକପରେ ସେମିଫାଇନାଲ ଏବଂ ଏହାପରେ ଫାଇନାଲରେ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍‌ ଚାମ୍ପିଅନ ହେବାରେ ହାର୍ଦ୍ଦିକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚର ଶେଷ ଓଭରରେ କମାଲ କରିଥିଲେ ।

ବାର୍ବାଡୋସରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ଏବଂ ହେନରିଚ କ୍ଲାସେନଙ୍କ ୱିକେଟ୍ ନେଇ ମ୍ୟାଚକୁ ସଂପୂର୍ଣ୍ଣ ଭାବେ ବଦଳାଇଦେଇଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୪୪ ରନ୍ କରିଥିବା ବେଳେ ୧୧ଟି ୱିକେଟ୍ ନେଇଥିଲେ ।

ପ୍ରଥମରେ ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ୱିତୀୟରେ ଶ୍ରୀଲଙ୍କା ଖେଳାଳି ହସରଙ୍ଗା, ତୃତୀୟରେ ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.