କରୋନା ଯୋଗୁ ନଅ ମାସ ପରେ ଆନ୍ତର୍ଜାତିକ କ୍ରିକେଟକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି। ଅଷ୍ଟ୍ରେଲିଆ ହାତରେ ୬୬ ରନରେ ହାରିବାକୁ ପଡିଲା ଟିମ୍ ଇଣ୍ଡିଆକୁ। ସିଡନୀରେ ଖେଳାଯାଉଥିବା ମୁକାବିଲାରେ ଯେଉଁଠି ଟିମ୍ ଇଣ୍ଡିଆର ଖେଳାଳିଙ୍କର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ସେଇଠି ପ୍ରାୟ ଦେଢ଼ ବର୍ଷ ପରେ ଓ୍ଵାନଡେ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ବୋଲର ହିସାବରେ ଟିମରେ ସାମିଲ କରାଯାଇଥିବା ହାର୍ଦ୍ଦିକ ଟିମକୁ ନିରାଶ କରିନଥିଲେ ଏବଂ ନିଜର ଇମେଜ୍କୁ ବଜାୟ ରଖିପାରିଛନ୍ତି।
ହାର୍ଦ୍ଦିକ ଓ୍ଵାନଡେ କ୍ୟାରିୟରରେ ନିଜର ସର୍ବାଧିକ ସ୍କୋର ବନାଇଛନ୍ତି। ଯଦିଓ ଏହାପୂର୍ବରୁ ଏକଦିବସୀୟ ଶତକରୁ ବାଦ୍ ପଡିଛନ୍ତି କିନ୍ତୁ ନିଜ ନାମକୁ ପୂର୍ବ ଭଳି ବଜାୟ ରଖିଛନ୍ତି। ସେ ଓ୍ଵାନଡେ ଇଣ୍ଟରନ୍ୟାସନାଲରେ ଭାରତ ସପକ୍ଷରେ ସବୁଠାରୁ କମ୍ ବଲ୍ରେ ୧୦୦୦ ରନ୍ କରିଥିବା ବୋଲର ଅଟନ୍ତି। ଏହି ମାମଲାରେ ସେ କେଦାର ଯାଦବଙ୍କୁ ବି ପଛରେ ପକାଇଦେଇଛନ୍ତି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହାର୍ଦ୍ଦକ ମାତ୍ର ୩୧ ବଲରେ ୩ ଚୌକା ଏବଂ ୪ ଛକା ଦ୍ୱାରା ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ଆଉଟ୍ ହେବା ପୂର୍ବରୁ ସେ ୭୬ ବଲ୍ରେ ସାତ ଚୌକା ଏବଂ ଚାରି ଛକା ସାହାଯ୍ୟରେ ୯୦ ରନ୍ ବନାଇଛନ୍ତି। ହାର୍ଦ୍ଦିକ ଶିଖର ଧଓ୍ଵନଙ୍କ ସହିତ ମିଶି ପଞ୍ଚମ କ୍ରିକେଟ ପାଇଁ ୧୪୬ ରନ୍ ମଧ୍ୟ କରିଛନ୍ତି ।