ଆଇପିଏଲରେ ଆଜି ମୁମ୍ବାଇ-ବେଙ୍ଗାଲୁରୁ ଲଢ଼େଇ : ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଫେରିଲେ ବୁମରା, କୋହଲିଙ୍କ ଦମଦାର ବ୍ୟାଟିଂ

ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରଜତ ପାଟିଦାରଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି । ମୁମ୍ବାଇ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ।
ଦୀର୍ଘ ଚାରି ମାସ ପରେ ଆହତରୁ ମୁକୁଳି ପେସ୍ ବୋଲର୍ ଯଶପ୍ରୀତ ବୁମରା ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଦୁଇ ଓଭରରେ ୧୫ ରନ୍ ଦେଇଥିଲେ ବୁମରା । ତେବେ କୌଣସି ୱିକେଟ୍ ପାଇନଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ମଧ୍ୟ ଖେଳୁଛନ୍ତି ।
ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଦଳ ଜୋରଦାର ଆରମ୍ଭ କରିଥିଲା । ପ୍ରଥମ ଓଭରରେ ପ୍ରଥମ ୱିକେଟ୍ ହରାଇବା ପରେ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ଜରିଆରେ ୧୨ ଓଭର ସୁଦ୍ଧା ୧୧୨ ରନ୍ କରିଥିଲା । ସେତେବେଳକୁ କୋହଲି ୩୮ ବଲରେ ୬୦ ରନ୍ (୭ ଚୌକା, ୨ ଛକା) କରିଥିଲେ । ଦେବଦତ୍ତ ପଡିକଲ ୨୨ ବଲରେ ୩୭ ରନ୍ କରି ଆଉଟ୍ ହୋଇଥିଲେ ।
Also Read : ଅବସର ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଧୋନୀ, ଅବସର ସମ୍ପର୍କରେ ଭାବି ନାହିଁ