କ୍ରୀଡା

ହାର୍ଦ୍ଦିକଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଆଉ ଗୋଟିଏ ଭୁଲ୍‌ କଲେ ହେବେ ବ୍ୟାନ୍‌

ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ହୋଇଥିଲା । ମୁମ୍ବାଇ ଏହି ମ୍ୟାଚକୁ ୪ ଓ୍ଵିକେଟରେ ହାରିଥିଲା । ମ୍ୟାଚ୍‌ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉ ଏକ ଝଟକା ଲାଗିଛି । ଲକ୍ଷ୍ନୌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ହାର୍ଦ୍ଦିକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ ।

ବିସିସିଆଇ ଏକ ବୟାନରେ କହିଛି, ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ ୨୦୨୪ର ୪୮ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଦ୍ୱାରା ସ୍ଲୋ ଓଭର ରେଟ୍‌ ଯୋଗୁଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଜରିମାନା ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଚଳିତ ସିଜିନର ଦ୍ୱିତୀୟ ଥର ଜରିମାନା ଲାଗିଛି । ପାଣ୍ଡ୍ୟାଙ୍କୁ ୨୪ ଲକ୍ଷ ଟଙ୍କ ଜରିମାନା ଲାଗିଛି । ଏହାଛଡା ପ୍ଲେଇଂ ଏକାଦଶରେ ଥିବା ଖେଳାଳି ଏବଂ ଇମ୍ପାକ୍ଟ ଖେଳାଳି ନୁବାନ ତୁଷାର ଉପରେ ମଧ୍ୟ ୬ ଲକ୍ଷ ଟଙ୍କା କିମ୍ବା ମ୍ୟାଚ୍‌ ଫିର ୨୫ ପ୍ରତିଶତ ଜରିମାନା ଲାଗିଛି ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଚଳିତବର୍ଷ ସିଜିନର ଦ୍ୱିତୀୟ ଥର ପାଇଁ ସ୍ଲୋ ଓଭର ରେଟ ପାଇଁ ଦୋଷୀ ହୋଇଛି । ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଉ ଗୋଟିଏ ଭୁଲ୍‌ କରନ୍ତି, ତେବେ ତାଙ୍କୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍‌ କରାଯିବ । ହାର୍ଦ୍ଦିକଙ୍କ ଛଡା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ଉପରେ ସ୍ଲୋ ଓଭର ଯୋଗୁଁ ଜରିମାନା ଲାଗିଛି । ମୁମ୍ବାଇକୁ ପ୍ରଥମ ଥର ପାଇଁ ୧୮ ଏପ୍ରିଲରେ ପଞ୍ଜାବ କିଙ୍ଗସ ବିପକ୍ଷରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ବିସିସିଆଇ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଈଶାନ କିଶନଙ୍କ ମ୍ୟାଚ ଫିର ୧୦ ପ୍ରତିଶତ କାଟିଥିଲା । ଆଇପିଏଲ ତରଫରୁ ପ୍ରେସ ରିଲିଜ ଜାରି କରି ବିସିସିଆଇ ସୂଚନା ଦେଇଥିଲା । ଈଶାନ କିଶନ ନିଜ ଦୋଷ ସ୍ୱୀକାର କରିଥିଲେ । ଆଉ ଏହାପରେ ତାଙ୍କ ମ୍ୟାଚର ୧୦ ପ୍ରତିଶତ ଫି କଟିଥିଲା ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଆଇପିଏଲ୍ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲାଗିଥିଲା । ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଜରିମାନା ଦେଇସାରିଛନ୍ତି । ରିଷଭ ଦୁଇଥର ଜରିମାନା ଦେଇଥିବା ବେଳେ ସଞ୍ଜୁ ଥରେ ଜରିମାନା ଦେଇଛନ୍ତି । ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ ।

 

Swagatika

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

16 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

41 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

45 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

48 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

54 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago