ଆଇପିଏଲ୍ ଚାମ୍ପିଅନ ହେବା ପରେ ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଇନଷ୍ଟାରେ ସେୟାର କଲେ ଭିଡିଓ
ଆଇପିଏଲ୍ ୨୦୨୨ ବିଜେତା ହେବା ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ପାଣ୍ଡ୍ୟାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। କେବଳ ସେତିକି ନୁହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରେ ମଧ୍ୟ ସ୍ଥାନ ପକ୍କା ହୋଇସାରିଛି। ଏହା ମଧ୍ୟରେ ଆଇପିଏଲ ଟାଇଟଲ ଜିତିବା ପରେ ବିଜନେସମ୍ୟାନ ବିରା ପହାରିୟା ହାର୍ଦ୍ଦିକଙ୍କୁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ହାର୍ଦ୍ଦିକ ଏହି ଉପହାରକୁ ନେଇ ନିଜ ଇନଷ୍ଟ ଷ୍ଟୋରୀରେ ସେୟାର କରିଛନ୍ତି। ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଉପହାରକୁ ନେଇ ଭିଡିଓ କରୁଥିବା ନଜର ଆସିଛନ୍ତି। ହାର୍ଦ୍ଦିକ ଏହି ଗିଫ୍ଟ ପାଇ ବହୁତ ଖୁସି ରହିଛନ୍ତି।
ଏହି ଗିଫ୍ଟ ଏକ କଷ୍ଟମାଇଜ ହୋଇଥିବା ଲକେଟ୍। ଯାହା ଉପରେ ଗୁଜରାଟ ଟାଇଟନ୍ସ ଏବଂ ଅନ୍ୟ ପଟେ ଆଇପିଏଲ୍ ୨୦୨୨ ଚାମ୍ପିଅନ ଲେଖାଯାଇଛି। ହାର୍ଦ୍ଦିକ ଏହାକୁ ବେକରେ ଲଗାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ବ୍ୟାକଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସର ଆନ୍ଥେମ ଗୀତ ଶୁଣିବାକୁ ମିଳିଛି।
ଆଇପିଏଳ୍ ୨୦୨୨ର ମେଗା ନିଲାମୀ ପୂର୍ବରୁ ଗୁଜରାଟ ଟାଇଟନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡ୍ରାଫ୍ଟରେ ସାମିଲ କରିଥିଲା। କ୍ରିକେଟ ପ୍ରେମୀ ଗୁଜରାଟର ଏହି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ରହିଥିଲା। କାରଣ ଅନେକ ପୂର୍ବତନ କ୍ରିକେଟ ହାର୍ଦ୍ଦିକଙ୍କ ବୋଲିଂ ଫିଟ୍ନେସ ଏବଂ ଅଧିନାୟକତ୍ୱ ନେଇ ସନ୍ଦେହ କରୁଥିଲେ। ଗତ କିଛିଦିନରୁ ହାର୍ଦ୍ଦିକ ବୋଲିଂ କରିପାରୁନଥିଲେ। ତେଣୁ କିଭଳି ତାଙ୍କୁ ଗୁଜରାଟର ଦାୟିତ୍ୱ ଦିଆଯାଇଥିଲା, ତାହାକୁ ନେଇ ଅନେକ ସନ୍ଦେହ କରିଥିଲେ। କିନ୍ତୁ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ଦାୟିତ୍ୱ ନେଇ ଆଇପିଏଲ ଚାମ୍ପିଅନ ହେବା ପରେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯାଇଥିଲା।
View this post on Instagram
ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବେ ପ୍ରଥମେ ଥରରେ ହିଁ ଆଇପିଏଲ୍ ସିଜିନ ୧୫ର ଚାମ୍ପିଅନ ହୋଇଛନ୍ତି। ଆଇପିଏଲ ୨୦୨୨ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଥିଲା। ଏହି ସିଜିନରେ ହାର୍ଦ୍ଦିକ ୧୩୧ ଷ୍ଟ୍ରାଇକ ରେଟ୍ ୪୮୭ ରନ୍ କରିଥିବା ବେଳେ ୮ ଓ୍ଵିକେଟ ନେଇଛନ୍ତି। ହାର୍ଦ୍ଦିକ ଫାଇନାଲ ମ୍ୟାଚରେ ନିଜ ଦମରେ ମ୍ୟାଚ ଜିତିଛନ୍ତି। ହାର୍ଦ୍ଦିକ ୪ ଓଭରରେ ୧୭ ରନ ଦେଇ ୩ ଓ୍ଵିକେଟ ହାସଲ କରି ୩୪ ରନ୍ କରିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ।