ଆଖି ଉପରେ ପଡିଥିଲା ୭ଟି ଷ୍ଟିଚ୍, ତଥାପି ମ୍ୟାଚ ଖେଳିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଆଖି ଉପରେ ଲାଗିଥିବା ଆଘାତ ଯୋଗୁଁ ୭ଟି ଷ୍ଟିଚ ପଡିଛି । କିନ୍ତୁ ଆଘାତ ଲାଗିବା ପରେ ମଧ୍ୟ ହାର୍ଦ୍ଦିକ ମଇଦାନରୁ ଖେଳିବାକୁ ଓହ୍ଲାଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୧୭ ରନ୍ କରିଥିଲା । ରୟାନନ ରିକେଲଟନ ଏବଂ ରୋହିତ ଶର୍ମା ପ୍ରଥମରୁ ଭଲ ବ୍ୟାଟିଂ କରିଥିଲେ । ଦୁହେଁ ପ୍ରଥମ ୱିକେଟରେ ୧୧୬ ରନ୍ କରିଥିଲେ । ରିକେଲଟନ ୩୮ ବଲରେ ୬୧ ରନ୍ କରି ଆଉଟ୍ ହୋଇଥିଲେ । ଏଥିରେ ୩ଟି ଛକା ଏବଂ ୭ଟି ଚଉକା ରହିଥିଲା ।

ରୋହିତ ଶର୍ମା ୩୬ ବଲରେ ୯ଟି ଚଉକା ବଳରେ ୫୩ ରନ୍ କରିଥିଲେ । ରୋହିତ ଆଉଟ ହେବା ପରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୯୪ ରନର ସହଭାଗିତାରେ ଟିମ୍ ୨୧୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରେ ଗୋଟିଏ ଛକା ଏବଂ୬ଟି ଚଉକା ବଳରେ ୪୮ ରନ୍ କରିଥିଲେ ।

ଟସ୍ ବେଳେ ହାର୍ଦ୍ଦିକଙ୍କ ଆଖିରେ ପଟି ବାନ୍ଧିଥିବା ବେଳେ ଚଷମା ଲଗାଇଥିଲେ । ମ୍ୟାଚ ପୂର୍ବରୁ ତାଙ୍କୁ ଆଘାତ ଲାଗିଥିଲା । ୭ଟି ଷ୍ଟିଚ ପଡିବା ସତ୍ତ୍ବେ ସେ ଆରାମ ନ କରି ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ ।

ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୭ ରନ କରିଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ଓ ରିୟାନ ରିକଲଟନ ବିସ୍ଫୋରକ ବ୍ୟାଟିଂ କରି ଆରମ୍ଭରୁ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୫୩ ରନ କରିଥିବାବେଳେ ରିକଲଟନ ୬୧ ରନ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୬ ରନ କରିଥିଲେ । ଦୁଇ ଓପନର ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଉଭୟ ବ୍ୟାଟ୍ସମ୍ୟାନ ୪୮ ରନ ଲେଖାଏଁ କରିବା ସହ ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ମୁମ୍ବାଇ ଦେଇଥିବା ଟାର୍ଗେଟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୧୧୭ ରନରେ ଆଉଟ୍ ହୋଇଯାଇଥିଲା । ମୁମ୍ବାଇ ୧୦୦ ରନରେ ବିଜୟ ପାଇଥିଲା ।

Also Read : ଶତକ ମାରି ଇତିହାସ ରଚିଲେ ବୈଭବ, ଗୁଜୁରାଟ ରୟାଲ୍ସର ମାଲିକ ତାଙ୍କୁ ଦେଲେ ଏହି ଉପହାର