ଗୁଜରାଟ ଆଇପିଏଲ୍‌ ୨୦୨୨ ଚାମ୍ପିଅନ ହେବା ପରେ ଟିମ୍‌କୁ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳି ପଡିପାରନ୍ତି ବାଦ୍‌

ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଏବେ ସାଉଥଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ଦୁହିଁଙ୍କ ମଧ୍ୟରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ ପାଇଁ ଚୟନକର୍ତ୍ତା ଟିମ୍‌ ଦିନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଖେଳାଳିଙ୍କୁ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ପୂର୍ବରୁ ସିରିଜ ପାଇଁ ଟିମ୍‌ ଚୟନ ହୋଇସାରିଥିବା ବେଳେ ଏବେ ଏହିଦୁଇ ଜଣକୁ ଟିମ୍‌କୁ ଡକାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟିମ୍‌ ଆଇପିଏଲ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଟିମକୁ ଫେରିଛନ୍ତି ହାର୍ଦ୍ଦିକ।

ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ ୨୦୨୧ ପରେ ପ୍ରଥମ ଥର ପାଇଁ ଟିମ୍‌କୁ ଫେରିଛନ୍ତି। ପାଣ୍ଡ୍ୟା ଆହତ ହେବା ପରେ ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ଭେଙ୍କେଟେଶ ଆୟର ଗତ କିଛିଦିନରୁ ଟିମ ଇଣ୍ଡିଆରେ ଖେଳୁଛନ୍ତି। କିନ୍ତୁ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଛନ୍ତି। ଆଉ ଟିମକୁ ହାର୍ଦ୍ଦିକ ଫେରିବା ପରେ ଟିମ୍‌ରେ ଆୟର ସ୍ଥାନ ପାଇବା ବେଶ୍‌ ମୁସ୍କିଲ ହୋଇପଡିବ।

ଭେଙ୍କେଟେଶ ଆୟର ଆଇପିଏଲ ୨୦୨୨ରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। ଟିମରେ ତାଙ୍କ ପ୍ରଦର୍ଶନ ନୈରାଶଜନକ ଥିଲା। ଭେଙ୍କେଟେଶ ଆୟର ଆଇପିଏଲ ୨୦୨୨ରେ ୧୨ଟି ମ୍ୟାଚ ଖେଳି ୧୬.୫୫ ପ୍ରତିଶତରେ ୧୮୨ ରନ୍‌ କରିଛନ୍ତି। ଆଇପିଏଲରେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ଟି-୨୦ରେ ୧୩୩ ରନ୍‌ କରି ୫ଟି ଓ୍ଵିକେଟ ନେଇଛନ୍ତି।

gujurat
Photo credit: Suresh Raina fb

ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବେ ପ୍ରଥମେ ଥରରେ ହିଁ ଆଇପିଏଲ୍‌ ସିଜିନ ୧୫ର ଚାମ୍ପିଅନ ହୋଇଛନ୍ତି। ଆଇପିଏଲ ୨୦୨୨ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା। ଏହି ସିଜିନରେ ହାର୍ଦ୍ଦିକ ୧୩୧ ଷ୍ଟ୍ରାଇକ ରେଟ୍‌ ୪୮୭ ରନ୍‌ କରିଥିବା ବେଳେ ୮ ଓ୍ଵିକେଟ ନେଇଛନ୍ତି। ହାର୍ଦ୍ଦିକ ଫାଇନାଲ ମ୍ୟାଚରେ ନିଜ ଦମରେ ମ୍ୟାଚ ଜିତିଛନ୍ତି। ହାର୍ଦ୍ଦିକ ୪ ଓଭରରେ ୧୭ ରନ ଦେଇ ୩ ଓ୍ଵିକେଟ ହାସଲ କରି ୩୪ ରନ୍‌ କରିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ।

ଭାରତୀୟ ଟି-୨୦ ଟିମ୍‌ : କେଏଲ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ଇଶାନ୍ କିଶନ, ଦୀପକ ହୁଡା, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆର୍ ବିଷ୍ଣୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେସ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ୍ ମଲ୍ଲିକ ।