କ୍ରୀଡା

ବାପାଙ୍କ ଦେହାନ୍ତ ପରେ ଭାଙ୍ଗିପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ଯା, ସେୟାର କଲେ ଇମୋସନାଲ ଭିଡିଓ

ନିକଟରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୄଣାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଛି। ପିତାଙ୍କ ଦେହାନ୍ତ ପରେ ପାଣ୍ଡ୍ୟା ବ୍ରଦର୍ସ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଶନିବାର ଦିନ ପିତାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡିକୁ ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି। ସେ ପିତାଙ୍କ ସହ ବିତେଇଥିବା ସମୟର ଏକ ଇମୋସନାଲ୍ ଭିଡିଓ ସେୟାର୍ କରିଛନ୍ତି। ବଡୋଦରାରେ ହୃଦଘାତ ଯୋଗୁଁ ହିମାଂଶୁଙ୍କ ଦେହାନ୍ତ ହୋଇଥିଲା।

ହାର୍ଦ୍ଦିକ ଓ କୄଣାଲଙ୍କୁ ସଫଳ କ୍ରିକେଟର ଭାବେ ଗଢି ତୋଳିବାରେ ପିତାଙ୍କ ହାତ ରହିଥିଲା। ପୁଅଙ୍କୁ କ୍ରିକେଟର କରିବାକୁ ସେ ସହର ବି ବଦଳାଇ ଦେଇଥିଲେ। ସେ ନିଜ ବ୍ୟବସାୟ ମଧ୍ୟ ବନ୍ଦ କରିଦେଲେ ଓ ଅନ୍ୟ ସହରରେ ବାସ କଲେ ଯେପରି ଦୁଇ ପୁଅ କ୍ରିକେଟ ଖେଳି ପାରିବେ।

ପାଣ୍ଡ୍ୟା ବ୍ରଦର୍ସଙ୍କ ପିତା ହିମାଂଶୁ ପାଣ୍ଡ୍ୟା ସୁରଟରେ କାର ଫାଇନାନ୍ସ କରିବାର ଏକ ଛୋଟ ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ବନ୍ଦ କରି ସେ ବଡୋଦରା ଚାଲି ଆସିଥିଲେ। ସେତେବେଳେ ହାର୍ଦ୍ଦିକଙ୍କୁ ୫ ବର୍ଷ ବୟସ ହୋଇଥିଲା। ସେଠାରେ ସେ ଦୁଇ ପୁଅଙ୍କୁ କିରଣ ମୋରେ ଏକାଡେମୀରେ ଆଡ଼ମିସନ କରାଇଥିଲେ। ସେତେବେଳେ ତାଙ୍କ ପରିବାର ଆର୍ଥିକ ଭାବେ ସ୍ୱଚ୍ଛଳ ନଥିଲା। ସେତେବେଳେ ସେମାନେ ଭଡା ଘରେ ରହୁଥିଲେ। ତଥାପି ଦୁଇ ପୁଅଙ୍କୁ କେବେ କୌଣସି ଜିନିଷରେ ଅଭାବ ରଖିନଥିଲେ ପିତା। ପିତାଙ୍କୁ ହରେଇ ପାଣ୍ଡ୍ୟା ବ୍ରଦର୍ସ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

15 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

19 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

22 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

27 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

39 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

45 mins ago