ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍‌ରେ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ

ଅଷ୍ଟ୍ରେଲିଆ ସହିତ ଖେଳାଯିବାକୁ ଥିବା ଘରୋଇ ଦିନିକିଆ ସିରିଜ୍‌ରେ ହାର୍ଦ୍ଦିକଙ୍କୁ ଅଧିନାୟକ ମନୋନୀତ କରାଯାଇଛି । ତା ସହିତ ଦୁଇଟି ଟେଷ୍ଟ ଜିତିଥିବା ଭାରତୀୟ ଦଳରେ ପରବର୍ତ୍ତୀ ଦୁଇଟି ଟେଷ୍ଟ ପାଇଁ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ମୁମ୍ବାଇ : ଟି୨୦ ପରେ ଏବେ ଦିନିକିଆ ଦଳର ଅଧିନାୟକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ଅଷ୍ଟ୍ରେଲିଆ ସହିତ ଖେଳାଯିବାକୁ ଥିବା ଘରୋଇ ଦିନିକିଆ ସିରିଜ୍‌ରେ ହାର୍ଦ୍ଦିକଙ୍କୁ ଅଧିନାୟକ ମନୋନୀତ କରାଯାଇଛି । ତା ସହିତ ଦୁଇଟି ଟେଷ୍ଟ ଜିତିଥିବା ଭାରତୀୟ ଦଳରେ ପରବର୍ତ୍ତୀ ଦୁଇଟି ଟେଷ୍ଟ ପାଇଁ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଭାରତୀୟ ଦିନିକିଆ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ସହିତ ଦିନିକିଆ ସିରିଜ୍‌ରେ ଖେଳିବେ ନାହିଁ । କିଛି ପାରିବାରିକ କାରଣରୁ ସେ ଦଳରୁ ଓହରି ଯାଇଛନ୍ତି । ତାଣୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆ ଯାଇଛି । ସେହିପରି ଆହତରୁ ଫେରିବା ପରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ୭ ଓ୍ଵିକେଟ୍‌ ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ଦଳକୁ ଫେରିଛନ୍ତି । ବୋଲର ଜୟଦେବ ଉନାଦକଟଙ୍କୁ ପ୍ରଥମଥର ପାଇଁ ସୁଯୋଗ ମିଳିଛି ।

ଆସନ୍ତା ମାର୍ଚ୍ଚ ୧ରୁ ତୃତୀୟ ଓ ମାର୍ଚ୍ଚର୍ ୮ରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ସେହିପରି ଦିନିକିଆ ମ୍ୟାଚ୍‌ ୩ଟି ଯଥାକ୍ରମେ ମାର୍ଚ୍ଚ ୧୭, ୧୯ ଏବଂ ୨୨ ତାରିଖରେ ଖେଳାଯିବ ।