ଧୋନିଙ୍କ ଗୋଟେ ଚାଲ୍‌ ପାଣ୍ଡ୍ୟାଙ୍କୁ କଲା ଆଉଟ୍‌, ଭିଡିଓ ହେଉଛି ଭାଇରଲ

ଧୋନିଙ୍କ ଚାଲରେ ଫସିଗଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ କଟ୍‌ ମାରି ଆଉଟ୍‌ ହୋଇଗଲେ । ଧୋନିଙ୍କ ଏଭଳି ଚାଲ୍‌ ଚେନ୍ନାଇକୁ ଫାଇନାଲରେ ପ୍ରବେଶ କରାଇଲା ।

ଆଇପିଏଲ୍‌ ଇତିହାସରେ ଧୋନି କଲେ ରେକର୍ଡ । ୧୦ମ ଥର ପାଇଁ ଫାଇନାଲରେ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ଧୋନିଙ୍କ ଫିଲ୍ଡିଂରେ ପ୍ରତିପକ୍ଷ ଟିମ୍‌ ବାଟବଣା ହୋଇଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କ୍ୱାଲିଫାଏର ୧ ମ୍ୟାଚରେ । ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ ।

ପ୍ରଥମେ ବ୍ୟାଟିଂ କରି ୧୭୨ ରନର ଟାର୍ଗେଟ ଦେଇଥିଲା ଚେନ୍ନାଇ । ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଥିବା ବେଳେ କିଛି ଭିନ୍ନ ସ୍ଥିତି ଥିଲା । କିନ୍ତୁ ଧୋନି ପାଓ୍ଵରପ୍ଲେର ଶେଷ ଓଭରର ୫ମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅନସାଇଡରୁ ଅଫସାଇଡକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲେ । ଫଳରେ ମହେଶଙକ ବଲରେ ସଟ୍‌ ଖେଳି କ୍ୟାଚ୍‌ ଆଉଟ ହୋଇଥିଲେ ପାଣ୍ଡ୍ୟା ।

ଜାଡେଜାଙ୍କୁ ଧୋନି ପଏଣ୍ଟ ଏବଂ ଥାର୍ଡ ମ୍ୟାନ ବାଉଣ୍ଡ୍ରୀର ୩ରୁ ୪ ଫୁଟ ଆଗରେ ରଖିଥିଲେ । ପାଣ୍ଡ୍ୟା କଟ୍‌ ମାରିବାକୁ ଚେଷ୍ଟା କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ସେ ୭ ବଲରେ ୮ ରନ୍‌ କରିଥିଲେ । ଆଉ ଧୋନିଙ୍କ ଏଭଳି ଚକ୍ରବ୍ୟୁହରେ ଫସିଗଲେ ପାଣ୍ଡ୍ୟା । ପାଓ୍ଵାର ପ୍ଲେରେ ଦୁଇ ଓ୍ଵିକେଟ ମିଳିବା ପରେ ଚେନ୍ନାଇ ନିଜର ଦବଦବା ଜାହିର କରିଥିଲା ।

ତେବେ ଚେନ୍ନାଇ ଦେଇଥିବା ୧୭୨ ରନର ଟାର୍ଗେଟକୁ ଗୁଜରାଟ ୧୫୭ ରନ କରି ଅଲଆଉଟ ହୋଇଥିଲା । ଚେନ୍ନାଇ ତରଫରୁ ଋତୁରାଜ ଗାଏକ୍ୱାଡ ୬୦ ରନ୍‌, କନେଓ୍ଵ ୪୦ ରନ୍‌ କରିଲେ । ସେହିଭଳି ଗୁଜରାଟ ତରଫରୁ ଶୁବମନ ଗିଲ୍‌ ୪୨ ରନ୍‌, ରିଦ୍ଧିମାନ ଶାହା ୨୨ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.