ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା: ବିମାନବନ୍ଦରରେ କଷ୍ଟମ ବିଭାଗ ଜବତ କଲା ୫ କୋଟି ଟଙ୍କାର ଦୁଇଟି ଘଣ୍ଟା

UAEରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ନିରାଶାଜନକ ପ୍ରଦର୍ଶନ କରି ନିଜ ନିଜ ସ୍ଥାନକୁ ଫେରିଛନ୍ତି । ଏଥି ସହିତ ଦଳର ସମସ୍ତ ସଦସ୍ୟମାନେ ମଧ୍ୟ ନିଜ ଘରକୁ ଫେରୁଛନ୍ତି। ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମସ୍ୟା ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ପାଣ୍ଡ୍ୟାଙ୍କ ନାଁରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି ।

ଘଟଣାଟି ହେଉଛି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଞ୍ଚ କରାଯାଇଥିଲା, ଯେଉଁ ସମୟରେ ତାଙ୍କ ନିକଟରୁ ୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଘଣ୍ଟା ମିଳିଥିଲା। ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଘଣ୍ଟା ବିଷୟରେ ପଚରାଗଲା, ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ ହାର୍ଦିକ ପାଣ୍ଡ୍ୟାଙ୍କର ପାଖରେ ଏହି ଘଣ୍ଟା ସମ୍ବନ୍ଧୀୟ କୌଣସି ବିଲ୍ ମଧ୍ୟ ନଥିଲା। ଏହା ପରେ କଷ୍ଟମ ବିଭାଗ ହାର୍ଦ୍ଦିକଙ୍କ ଠାରୁ ସେହି ଘଣ୍ଟାକୁ ନେଇଯାଇଥିଲେ।

hardik

ଅନ୍ୟପଟେ ଏହି ମାମଲାକୁ ନେଇ ମଙ୍ଗଳବାର ସକାଳେ ଟ୍ୱିଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଲେଖିଛନ୍ତି ଯେ ୧୫ ନଭେମ୍ବର ସକାଳେ ଦୁବାଇରୁ ମୁମ୍ବାଇରେ ପହଞ୍ଚିବା ପରେ ମୁଁ ଦୁବାଇରୁ ଆଣିଥିବା ସାମଗ୍ରୀ ପାଇଁ କଷ୍ଟମ ଡ୍ୟୁଟି ଦେବାକୁ ବିମାନବନ୍ଦରର କଷ୍ଟମ କାଉଣ୍ଟରକୁ ଯାଇଥିଲି। କିନ୍ତୁ ସୋସିଆଲ ମିଡିଆରେ ମୋ ବିଷୟରେ ମିଥ୍ୟା ତଥ୍ୟ ପ୍ରଚାର କରାଯାଉଛି। ବିମାନ ବନ୍ଦରରେ ଉପସ୍ଥିତ ଥିବା କଷ୍ଟମ୍ସ ଅଧିକାରୀଙ୍କୁ ମୁଁ ସମସ୍ତ ଜିନିଷ ବିଷୟରେ ମଧ୍ୟ ସୂଚନା ଦେଇଥିଲି । ଏହି ସମୟରେ କଷ୍ଟମ ବିଭାଗ ମୋତେ ସମସ୍ତ ଡକ୍ୟୁମେଣ୍ଟ ମାଗିଥିଲେ। ଏବଂ ସେମାନେ ସଠିକ୍ କର୍ତ୍ତବ୍ୟର ମୂଲ୍ୟାଙ୍କନ କରିବାରେ ନିୟୋଜିତ ଥିଲେ। ଏବଂ ସୋସିଆଲ ମିଡିଆରେ ଯେଉଁ ମିଥ୍ୟା କଥା କୁହାଯାଉଛି ଯେ ଘଣ୍ଟାର ମୂଲ୍ୟ ୫ କୋଟି ଟଙ୍କା ଏହା ସମ୍ପୂର୍ଣ୍ଣ ଭୁଲ ଅଟେ । ଏହି ଘଣ୍ଟାର ମୂଲ୍ୟ ୧.୫ କୋଟି ଟଙ୍କା। ଏହା ମଧ୍ୟ ପାଣ୍ଡ୍ୟା କହିଛନ୍ତି ଯେ ମୁଁ ଦେଶର ନାଗରିକ ଏବଂ ସରକାରଙ୍କ ସମସ୍ତ ଏଜେନ୍ସିକୁ ସମ୍ମାନ କରେ। ମୁଁ ମୁମ୍ବାଇ କଷ୍ଟମ ବିଭାଗର ସମ୍ପୂର୍ଣ୍ଣ ସହଯୋଗ ପାଇଛି । ଏବଂ ମୁଁ ଦୁବାଇରୁ ଆଣିଥିବା ସାମଗ୍ରୀ ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ଓ ଏହାର ଆନୁମାନିକ ମୂଲ୍ୟ ଦେବାକୁ  ପୁରା ପ୍ରସ୍ତୁତ ଅଛି ବୋଲି ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ।

Leave A Reply

Your email address will not be published.