ହକି ବିଶ୍ୱକପ୍: ଭାରତୀୟ ଟିମ୍କୁ ଝଟକା, ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂହ

FIH ପୁରୁଷ ହକି ବିଶ୍ୱକପ୍ ଭାରତୀୟ ଟିମରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂହ । ଟିମ୍ରୁ ବାଦ୍ ପଡ଼ିଲେ ମିଡ ଫିଲ୍ଡର ହାର୍ଦ୍ଦିକ ସିଂହ । ଆହତ ଯୋଗୁ ବାଦ୍ ପଡ଼ିଛନ୍ତି । ହାର୍ଦ୍ଦିକ ସିଂହଙ୍କ ସ୍ଥାନରେ ଖେଳିବେ ରାଜକୁମାର ପାଲ୍ । ଇଂଲଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । େଓ୍ଵଲସ ବିପକ୍ଷ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ।
ଆସନ୍ତାକାଲି ହକିରେ ଦୁଇ ଦେଶ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ୱେଲସ ବିପକ୍ଷ ମ୍ୟାଚ ଜିତିବା ସତ୍ତ୍ୱେ ଗ୍ରୁପ ଡିର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ସେହିପରି ମାଲେସିଆ ଠାରୁ ହାରି ଗ୍ରୁପ ସିରେ ତୃତୀୟ ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ । କ୍ୱାର୍ଟର ଫାଇନାଲ ପାଇଁ ଉଭୟ ଦେଶ ପରସ୍ପରକୁ ଭେଟିବେ ।