ହକି ଇଣ୍ଡିଆ ଆଓ୍ଵାର୍ଡ ୨୦୨୨: ହାର୍ଦ୍ଦିକ ଏବଂ ସବିତା ପ୍ଲେୟାର ଅଫ ଦ ଇଅର

ମିଡଫିଲ୍ଡର ହାର୍ଦ୍ଦିକ ସିଂ ଏବଂ ଗୋଲକିପର ସବିତା ପୁନିୟାଙ୍କୁ ପୁରୁଷ ଓ ମହିଳା ବର୍ଗରେ ପ୍ଲେୟାର ଅଫ ଦ ଇଅର ୨୦୨୨ ପାଇଁ ବଲବୀର ସିଂ ସିନିଅର ପୁରସ୍କାର ପ୍ରଦାନ କରାଯାଇଛି ।

ହକି ଇଣ୍ଡିଆ ଆଓ୍ଵାର୍ଡ ୨୦୨୨ ଘୋଷଣା କରାଯାଇଛି। ମିଡଫିଲ୍ଡର ହାର୍ଦ୍ଦିକ ସିଂ ଏବଂ ଗୋଲକିପର ସବିତା ପୁନିୟାଙ୍କୁ ପୁରୁଷ ଓ ମହିଳା ବର୍ଗରେ ଫ୍ଲେୟାର ଅଫ ଦ ଇଅର ୨୦୨୨ ପାଇଁ ବଲବୀର ସିଂ ସିନିଅର ପୁରସ୍କାର ପ୍ରଦାନ କରାଯାଇଛି ।

ହାର୍ଦ୍ଦିକ ଏବଂ ସବିତାଙ୍କୁ ଟ୍ରଫି ସହିତ ୨୫-୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମଧ୍ୟ ଦିଆଯାଇଛି । ପୁରସ୍କାର ସମାରୋହ ୨୦୨୧ ଏବଂ ୨୦୨୨ର ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା । ୨୦୨୧ ପାଇଁ ହକି ଲିଜେଣ୍ଡ ଏବଂ ୧୯୫୬ ମଲେବର୍ଣ୍ଣ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଟିମର ସଦସ୍ୟ ଅମିତ ସିଂ ବକ୍ସିଙ୍କୁ ହକି ଇଣ୍ଡିଆ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ମିଳିଥିଲା । ସେହିପରି ହରମନପ୍ରୀତ ସିଂହ ଏବଂ ସବିତାଙ୍କୁ ୨୦୨୧ ପାଇଁ ପ୍ଲେୟାର ଅଫ ଦ ଇଅର ପୁରସ୍କାର ମିଳିଥିଲା ।

ଖେଳରେ ଅଭୂତପୂର୍ଣ୍ଣ ଯୋଗଦାନ ପାଇଁ ଗୁରବକ୍ସ ସିଂଙ୍କୁ ୨୦୨୨ ପାଇଁ ମେଜର ଧ୍ୟାନଚାନ୍ଦ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା । ଯେଉଁଥିରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ରାଶି ଏବଂ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.