ଆଇପିଏଲ ୨୦୨୬ ପୂର୍ବରୁ କୋଲକତା ନାଇଟ ରାଇଡର୍ସର ମୁସ୍କିଲ ବଢିବାରେ ଲାଗିଛି । ଟିମର ଷ୍ଟାର ବୋଲର ହର୍ଷିତ ରାଣା ଆଗାମୀ ଆଇପିଏଲ ସିଜିନ ପୂର୍ବରୁ ବୈଶାଖୀ ସାହାଯ୍ୟରେ ଚାଲୁଥିବା ନଜର ଆସିଛନ୍ତି । ଏହାର ଭିଡିଓ ସୋସିଆଲ ଭିଡିଆରେ ଭାଇରଲ ହେଉଛି । ଭିଡିଓ ଦେଖି ହର୍ଷିତ ଆଇପିଏଲ ସିଜିନରୁ ବାଦ୍ ପଡିପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି ।
ହର୍ଷିତ ରାଣା ଟି୨୦ ବିଶ୍ବକପ ସ୍କ୍ବାର୍ଡରେ ରହିଥିଲେ । କିନ୍ତୁ ଆହତଜନିତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ । ହର୍ଷିତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଟିମରେ ସ୍ଥାନ ମିଳିଥିଲା । ଏବେ ଆଇପିଏଲ ପାଇଁ କେକେଆର ହର୍ଷିତଙ୍କ ରିପ୍ଲେସମେଣ୍ଟ ଖୋଜିବାକୁ ହେବ ।
ଗତକାଲି ବିସିସିଆଇର ଆୱାର୍ଡ ସମାରୋହ ନମନର ଆୟୋଜନ ନୂଆଦିଲ୍ଲୀରେ ହୋଇଥିଲା । ହର୍ଷିତ ରାଣା ମଧ୍ୟ ଏହି ଶୋରେ ଉପସ୍ଥିତ ଥିଲେ । ହେଲେ ନମନ ଆଓ୍ବାର୍ଡ ଶୋରେ ହର୍ଷିତ ରାଣା ବୈଶାଖୀ ସହାୟତାରେ ଚାଲୁଥିବାର ଦେଖିବାକୁ ମିଳିଥିଲେ । ଆୱାର୍ଡ ସମୟରେ ହର୍ଷିତଙ୍କୁ ଡକାଯାଇଥିଲେ, ହେଲେ ସେ ନିଜେ ଉଠି ଯାଇପାରିନଥିଲେ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମଲ ନିଜେ ଆସି ଆୱାର୍ଡ ଦେଇ ସମ୍ମାନିତ କରିଥିଲେ ।
ତେବେ ଏହାକୁ ନେଇ କେକେଆର ଫ୍ରାଞ୍ଚାଇଜ ତରଫରୁ କୌଣସି ପ୍ରକାରର ଅପଡେଟ୍ ଆସିନାହିଁ । ୨୮ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ନୂର୍ବରୁ ହର୍ଷିତ ଫିଟ୍ ହେଉଛନ୍ତି କି ନାହିଁ ।
Also Read : ବିସିସିଆଇ ନମନ ଆୱାର୍ଡ : ଶୁବମନ ଗିଲ ଏବଂ ସ୍ମୃତି ମନ୍ଧାନା ସର୍ବଶ୍ରେଷ୍ଠ ଆନ୍ତର୍ଜାତୀୟ କ୍ରିକେଟର ଭାବେ ସମ୍ମାନିତ