IPL ରେ ପ୍ରସାରଣ ହେବନି କୌଣସି ପ୍ରକାରର ତମାଖୁ ଏବଂ ନିଶାଦ୍ରବ୍ୟ ବିଜ୍ଞାପନ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ନିର୍ଦ୍ଦେଶ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଆଇପିଏଲରେ ପ୍ରସାରଣ ହେବନି କୌଣସି ପ୍ରକାରର ତମାଖୁ ଏବଂ ନିଶାଦ୍ରବ୍ୟ ବିଜ୍ଞାପନ । ତମାଖୁ ଏବଂ ନିଶାଦ୍ରବ୍ୟ ବିଜ୍ଞାପନ ପ୍ରସାରଣ ନ କରିବାକୁ IPLକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ IPLକୁ ଚିଠି ଲେଖି ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବିଜ୍ଞାପନ ରୋକ୍ ଲଗାଯାଉଛି । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା IPLରେ ଏପରି ବିଜ୍ଞାପନ ବାରଣ କରାଯାଇଛି । ତେବେ ଏହି ପଦକ୍ଷେପ ଯୁବକ କ୍ରିକେଟ ପ୍ରେମୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ନିଆଯାଇଛି ।

ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲଙ୍କୁ ଲେଖିଥିବା ଏକ ଚିଠିରେ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଅତୁଲ ଗୋୟଲ ସମସ୍ତ ଇଭେଣ୍ଟ ଏବଂ କ୍ରୀଡା ସୁବିଧାରେ ତମାଖୁ ଏବଂ ମଦ୍ୟପାନ ଉତ୍ପାଦ ବିକ୍ରି ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି । ଯୁବପିଢ଼ି ଏବଂ କ୍ରିକେଟ ପ୍ରେମୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି, ଯାହାଦ୍ଵାରା ଏହି କ୍ଷତିକାରକ ଉତ୍ପାଦଗୁଡ଼ିକର ପ୍ରଚାର ହ୍ରାସ କରାଯାଇପାରିବ ।

ମାର୍ଚ୍ଚ ୫ ତାରିଖରେ ଏହି ଚିଠି ଲେଖାଯାଇଛି । ଏହି ଚିଠିରେ ବିସିସିଆଇକୁ ସମ୍ବୋଧିତ କରାଯାଇଛି । ଯେଉଁଥିରେ ଖେଳାଳି ଏବଂ କମେଣ୍ଟେଣ୍ଟର ନିଶାଦ୍ରବ୍ୟ କିମ୍ବା ତମାଖୁ ସହିତ ଜଡିତ ପ୍ରଡକ୍ଟକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସମର୍ଥନ କରିବାକୁ ମନା କରାଯିବାକୁ କୁହାଯାଇଛି ।

କ୍ରିକେଟରମାନଙ୍କ ଭୂମିକାକୁ ସମର୍ଥନ କରି ଗୋଏଲ କହିଛନ୍ତି ଯେ IPL ହେଉଛି ଦେଶର ସବୁଠାରୁ ବଡ଼ କ୍ରୀଡା ପ୍ଲାଟଫର୍ମ ଏବଂ ଜନସ୍ୱାସ୍ଥ୍ୟ ଏବଂ ସରକାରଙ୍କ ସ୍ୱାସ୍ଥ୍ୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିକେଟରମାନଙ୍କର ଏକ ନୈତିକ ଏବଂ ସାମାଜିକ ଦାୟିତ୍ୱ ରହିଛି ।

ସୂଚନାଯୋଗ୍ୟ, ଭାରତରେ ବର୍ଷକୁ ୧୪ ଲକ୍ଷ ଲୋକ ତମାଖୁ ଯୋଗୁ ମରୁଛନ୍ତି । ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି ଆଇପିଏଲ ।

Also Read : ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ରୋହିତଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, ଦେଲେ ଶୁଭେଚ୍ଛା ବାର୍ତ୍ତା