ସବୁଠାରୁ ଅଧିକ ଦରମା ପାଉଥିବା କ୍ରିକେଟ କ୍ୟାପଟେନ୍‌, ଜାଣନ୍ତୁ ବିରାଟ କୋହଲିଙ୍କ ସ୍ଥାନ କେଉଁଠି

ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଦରମା ପାଉଥିବା କ୍ୟାପଟେନ ବିଷୟରେ କୁହାଯାଏ, ସେତେବେଳେ ଫ୍ୟାନ୍ସଙ୍କ ମନରେ ସବୁଠୁ ପ୍ରଥମେ ଟିମ୍‌ ଇଣ୍ଡିଆର ଟେଷ୍ଟ କ୍ୟାପଟେନ ବିରାଟ କୋହଲିଙ୍କ ନାମ ମନକୁ ଆସିଥାଏ। କିନ୍ତୁ ପ୍ରକୃତରେ ଏହା ସତ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିରାଟ କୋହଲିଙ୍କ ଠାରୁ ଅଧିକ ଦରମା ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ଙ୍କୁ ମିଳିଥାଏ।

ଅର୍ନ୍ତଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ଦରମା ପାଉଥିବା କ୍ରିକେଟର୍ସଙ୍କ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟର ଫିଞ୍ଚ ରହିଛନ୍ତି। ତାଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ବାର୍ଷିକ ୧ ମିଲିଅନ ଡଲାର ଦରମା ଦେଇଥାଏ।

ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ସବୁଠାରୁ ଅଧିକ ଦରମା ପାଉଥିବା ଅଧିନାୟକ ଲିଷ୍ଟରେ ଦ୍ୱିତୀୟରେ ରହିଛନ୍ତି। ବିସିସିଆଇ ବିରାଟ କୋହଲିଙ୍କୁ ବାର୍ଷିକ ୭କୋଟି ଟଙ୍କା ଦରମା ଦେଇଥାଏ।

ସେହିପରି ଶ୍ରୀଲଙ୍କାର ଟେଷ୍ଟ ଅଧିନାୟକ ଦିମୁଥ କରୁଣାରତ୍ନେ ବର୍ଷରୁ ୫୧.୦୩ ଲକ୍ଷ ଦରମା ପାଆନ୍ତି। ସୀମିତ ସମୟରେ ଶ୍ରୀଲଙ୍କା ଟିମ୍‌ ପାଇଁ କ୍ୟାପଟେନ ହୋଇଥିବା କୁଶଲ ପରେରା ବର୍ଷକୁ ୨୫ ଲକ୍ଷ ଦରମା ପାଆନ୍ତି।

ପାକିସ୍ତାନର ଅଧିନାୟକ ବାବର ଆଜମ ବର୍ତ୍ତମାନ ସମୟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ୍‌ ଟି ୨୦ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିଥିଲା। ତେବେ ବାବର ଆଜମ ବର୍ଷକୁ ୬୨.୪୦ ଲକ୍ଷ ଟଙ୍କା ପାଇଥାନ୍ତି।

େଓ୍ଵଷ୍ଟଇଣ୍ଡିଜର କ୍ୟାପଟେନ ପୋଲାର୍ଡ ବାର୍ଷିକ ୧.୭୩ କୋଟି ଟଙ୍କା ଦରମା ବାବଦରେ ପାଆନ୍ତି। ସେହିପରି ବ୍ରେଥବେଟ୍‌ ୧.୩୯ କୋଟି ଟଙ୍କା ବର୍ଷକୁ ପାଇଥାନ୍ତି।

ଏମାନଙ୍କ ସହିତ ନ୍ୟୁଜିଲାଣ୍ଡ ଟିମର ଅଧିନାୟକ କରୁଥିବା କେନ ଓ୍ଵିଲିଅମ୍ସ ଦୀର୍ଘ ଦିନରୁ କ୍ୟାପଟେନ ଦାୟିତ୍ୱରେ ରହିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଟିମ୍‌ ଟି ୨୦ ଓ୍ଵାଲର୍ଡ କପ୍‌ ଫାଇନାଲରେ ପହଞ୍ଚିଥିଲା। ଅଷ୍ଟ୍ରେଲିଆ ଠାରୁ ହାର ସାମ୍ନା କରିଥିଲା ନ୍ୟୁଜିଲାଣ୍ଡ। ଏହା ଛଡା ନ୍ୟୁଜିଲାଣ୍ଡ ଟିମ୍‌ ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଟ୍ରଫି ଉପରେ କବଜା କରିଥିଲା। ତେବେ ଓ୍ଵିଲିଅମ୍ସଙ୍କ ବାର୍ଷିକ ଦରମା ୧.୭୭ କୋଟି ରହିଛି।

ଟେଷ୍ଟ ଫର୍ମାଟରେ ସାଉଥ ଆଫ୍ରିକା ଅଧିନାୟକ ଡିନ ଏଲଗରଙ୍କୁ ବାର୍ଷିକ ୩.୨ କୋଟି ଟଙ୍କା ଏବଂ ବାବୁମାଙ୍କୁ ୨.୫ କୋଟି ଟଙ୍କା ବାର୍ଷିକ ଦରମା ମିଳିଥାଏ।

ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ଇଆନ ମୋର୍ଗନ ୧.୭୫ କୋଟି ଟଙ୍କା ବାର୍ଷିକ ଦରମା ପାଇଥାନ୍ତି।