ଫିଫା ବିଶ୍ୱକପ୍‌ ଫିଭର: ଆର୍ଜେଣ୍ଟିନାର ରାଜଧାନୀ ସଡ଼କ ପାଲଟିଲା ଜନସମୁଦ୍ର, ଅଧାରେ ଅଟକିଲା ବିଜୟ ଶୋଭାଯାତ୍ରା

ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ଜିତିବା ପରେ ସ୍ୱଦେଶକୁ ଫେରିଛି । ୩୬ ବର୍ଷ ପରେ ବିଶ୍ୱକପ ଜିତିବା ପରେ ସ୍ୱଦେଶ ଫେରିବା ପରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏୟାର୍ସ ଫ୍ୟାନ୍ସଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଖେଳାଳି ବୁଏନସ ଏୟାର୍ସରେ ପହଞ୍ଚିବା ମାତ୍ରେ ଫୁଟବଲ୍ ହିରୋଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ରାସ୍ତାରେ ପାଖାପାଖି ୪୦ ଲକ୍ଷରୁ ଅଧିକ ଫ୍ୟାନ୍ସ ସାମିଲ ହୋଇଥିଲେ । ବିଶ୍ୱକପ ବିଜେତା ଓପନ ବସ୍‌ରେ ବିଶ୍ୱକପ ଟ୍ରଫି ନେଇ ଯାଉଥିବା ବେଳେ ଫ୍ୟାନ୍ସ ହାଇେଓ୍ଵ, ଓଭରପାସ, ଫ୍ଲାଏଓଭର ସବୁକିଛି ଜାମ୍‌ ହୋଇଥିଲା । ଏମିତି ସ୍ଥିତି ଥିଲା ଯେ, ଫ୍ୟାନ୍ସ ବସ୍‌ ଉପରକୁ ଡେଇଁଥିଲେ। ଏମିତି ପରିସ୍ଥିତି ହେଲା ଯେ, ବିଜୟ ଶୋଭାଯାତ୍ରାକୁ ଅଧା ରାସ୍ତାରେ ରୋକିବାକୁ ପଡିଥିଲା ।

ବିଶ୍ବକପ୍ ସହ ଖେଳାଳିମାନେ ବେକରେ ବିଜେତା ପଦକ ପକାଇ ଏକ ଖୋଲା ବସରେ ଯାଉଥିଲା ବେଳେ ରାସ୍ତା କଡ଼ରେ ଉପସ୍ଥିତ ହଜାର ହଜାର ପ୍ରଶଂସକ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଆର୍ଜେଣ୍ଟିନାର ରାଜଧାନୀରେ ବିଜୟ ଉତ୍ସବ ଯିବା ପାଇଁ ରୁଟ୍‌ ଚୟନ କରାଯାଇଥିଲା। ଏହି ସମୟରେ ଟିମ୍‌ର ସମସ୍ତ ଖେଳାଳି ଓପନ ବସ୍‌ରେ ଯାଉଥିଲେ । ଖେଳାଳିମାନେ ବସ୍‌ ଉପରେ ନାଚୁଥିଲେ ମଧ୍ୟ । ଫ୍ୟାନ୍ସ ମଧ୍ୟ ସଡ଼କ ଉପରେ ଜବରଦସ୍ତ ଡ୍ୟାନ୍ସ କରୁଥିଲେ । ଟ୍ରଫି ସହିତ ଖେଳାଳି ମାନେ ମନୋରଂଜନ ମଧ୍ୟ କରୁଥିଲେ ।

ଗତ ରବିବାର ଫାଇନାଲରେ ନାଟକୀୟ ଭାବେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ୍ଆଉଟରେ ଫ୍ରାନ୍ସକୁ ହରାଇ ୩୬ ବର୍ଷ ପରେ ପ୍ରଥମ ଥର ବିଶ୍ବକପ୍ ଜିତିଛି । ୧୯୮୬ରେ ଡିଏଗୋ ମାରାଡୋନାଙ୍କ ନେତୃତ୍ବରେ ଆର୍ଜେଣ୍ଟିନା ଶେଷ ଥର ଲାଗି ଟ୍ରଫି ଜିତିଥିଲା। ଗତ ଥର ଚାମ୍ପିଅନ୍‌ ଫ୍ରାନ୍ସକୁ ହରାଇ ଫିଫା ବିଶ୍ୱ କପ୍‌ ଅକ୍ତିଆର କଲା ଆର୍ଜେଣ୍ଟିନା । ବ୍ରାଜିଲ ପରେ ଲଗାତର ଟ୍ରଫି ଜିତିବାର ରେକର୍ଡ଼ କରିଥାନ୍ତା ଫ୍ରାନ୍ସ । ହେଲେ ତାର ସ୍ୱପ୍ନକୁ ଧୂଳିସାତ୍‌ କରି ଆର୍ଜେଣ୍ଟିନା ୩୬ ବର୍ଷ ପରେ ପୁଣିଥରେ ଫୁଟବଲ୍‌ ବିଶ୍ୱକପ୍‌ ଜିତି ନେଇଛି । ଖେଳ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ଶେଷରେ ପେନାଲଟି ଜରିଆରେ ଆର୍ଜେଣ୍ଟିନା ୪-୨ ରେ ବିଜୟ ଲାଭ କରି ଫିଫା ବିଶ୍ୱ କପ୍‌ ଅକ୍ତିଆର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.