ଟେଷ୍ଟରୁ ସନ୍ୟାସ ନେଲେ ହିଟ୍ ମ୍ୟାନ, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ଟେଷ୍ଟରୁ ସନ୍ୟାସ ନେଲେ ହିଟ୍ ମ୍ୟାନ ।  ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟରୁ ଅବସର ନେଇ ଘୋଷଣା କଲେ ରୋହିତ ଶର୍ମା ।  ଏହା ପୂର୍ବରୁ ରୋହିତ ଶର୍ମା ଟି ଟ୍ବେଣ୍ଟିରୁ ଅବସର ଘୋଷଣା କରିଥିଲେ ।  ତେବେ ଦିନିକିଆରେ ନିଜ ଖେଳ ଜାରି ରଖିବେ ।  ଟେଷ୍ଟରୁ ନିଜ ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ରୋହିତ ଶର୍ମା ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଚର୍ଚ୍ଚା ଚାଲିଥିଲା ।  ଏହା ପୂର୍ବରୁ ସେ ଅବସର ଘୋଷଣା କରିଛନ୍ତି ।  ଭଲପାଇବ ଏବଂ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୧୩ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ ।

୬୭ଟି ଟେଷ୍ଟ ମ୍ୟାଚ ଖେଳି ୪ହଜାର ୩୦୧ ରନ କରିଛନ୍ତି ।  ଏଥିରେ ୧୨ଟି ଶତକ, ୧୮ ଅର୍ଦ୍ଧଶତକ କରିଛନ୍ତି ରୋହିତ ଶର୍ମା ।  ଏବେ ରୋହିତ ଶର୍ମାଙ୍କ ଟେଷ୍ଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଓପନିଂ କରିପାରନ୍ତି ।

Also read: ଦିନିକିଆରୁ ରିଟାୟର ହେବେନି ହିଟ୍ ମ୍ୟାନ୍, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା