ହକି ଚାମ୍ପିଅନ୍ସ ଟ୍ରଫିର ଆଜି ଫାଇନାଲ୍ !

ନୂଆଦିଲ୍ଳୀ : ନେଦରଲାଣ୍ଡରେ ଚାଲିଥିବା ହକି ଚାମ୍ପିଅନ୍ସ ଟ୍ରଫିର ଆଜି ଫାଇନାଲ୍ ମୁକାବିଲା । ଅଷ୍ଟ୍ରେଲିଆ ସହ ଭାରତର ହେବ ଟାଇଟଲ ଟକ୍କର। ଗ୍ରୁପ ପର୍ୟ୍ୟାୟରେ ଗତକାଲି ନେଦରଲାଣ୍ଡ ସହ ମ୍ୟାଚ୍ ଡ୍ର ରଖିଥିଲା ଭାରତ। ଏହାସହ ମୋଟ ୭ ପଏଣ୍ଟ ପାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଗ୍ରୁପ୍ ପର୍ୟ୍ୟାୟରେ ୧୦ ପଏଣ୍ଟ ସହ ଟପ୍ କରିଛି ଅଷ୍ଟ୍ରେଲିଆ। ଭାରତ ତାର ଗ୍ରୁପ ପର୍ୟ୍ୟାୟରେ, ପାକିସ୍ତାନ ଓ ଆର୍ଜେଣ୍ଟିନାକୁ ହରାଇଥିଲା। ବେଲଜିୟ ଓ ନେଦରଲାଣ୍ଡସ ସହ ମ୍ୟାଚ୍ ଡ୍ର ରଖିଥିଲା। କେବଳ ଗୋଟିଏ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଥିଲା ଭାରତ। ଏବେ ସେହି ଅଷ୍ଟ୍ରେଲିଆ ସହ ଭାରତର ଫାଇନାଲ ମ୍ୟାଚ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.