ଆସନ୍ତା ୧ ରେ କଳିଙ୍ଗ ଷ୍ଟାଡିୟମରେ ନ୍ୟୁ ସାଉଥଓ୍ବେଲ୍ସ ଏବଂ ଓଡ଼ିଶା ହକି ଟିମ ମଧ୍ୟରେ ଫ୍ରେଣ୍ଡଲି ମ୍ୟାଚ୍

ଭୁବନେଶ୍ୱର(କେନ୍ଯୁଜ୍) : ନଭେମ୍ବର ୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥଓ୍ବେଲ୍ସ ଏବଂ ଓଡିଶା ହକି ଟିମ ମଧ୍ୟରେ ଫ୍ରେଣ୍ଡଲି ମ୍ୟାଚ ଅନୁଷ୍ଠିତ ହେବ, ଏହାସହ ୪ତାରିଖରେ ରାଉରକେଲାରେ ମଧ୍ଯ ହେବ ଅନୁଷ୍ଠିତ। ଏଥିପାଇଁ ଆରମ୍ଭ ହୋଇଯାଇଛି ପାସ୍ ପ୍ରଦାନ । ତେଣୁ କଳିଙ୍ଗ ଷ୍ଟାଡିୟମ କାଉଣ୍ଟରରେ ଏଥି ପାଇଁ ବେଶ୍ ଭିଡ ଜମୁଥିବାର ଦେଖିବାକୁ ମିଳିଛି ।