ହକି କ୍ରେଜି ଦର୍ଶକ ଟିକେଟ୍ ବଦଳରେ ଖାଇଲେ ଲାଠି ମାଡ଼, ଭୁଲ କାହାର ?

ଭୁବନେଶ୍ବର (କେନ୍ୟୁଜ୍) : ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି ବିଶ୍ବର ସବୁଠାରୁ ବଡ଼ ହକି ଇଭେଣ୍ଟ ବିଶ୍ବ କପକୁ । ପ୍ରଥମଥର ପାଇଁ ଆୟୋଜନ କରୁଛି ଓଡ଼ିଶା । ତେଣୁ ସମସ୍ତେ ଖୁବ୍ ଉତ୍ସାହିତ । ନଭେମ୍ବର ୨୮ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବଢୁଛି ହକି ଫିଭର । ଖାଲି ଆୟୋଜକ କିମ୍ବା ଖେଳାଳି କି ହକି ପ୍ରେମୀ ନୁହନ୍ତି, ସାଧାରଣ ଲୋକ ବି ହକି ବିଶ୍ବ କପ୍ ପାଇଁ ପାଗଳ । ଯାହା ଦେଖିବାକୁ ମିଳିଥିଲା ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଟିକେଟ୍ କାଉଣ୍ଟରରେ ।

ପ୍ରଚାର ହୋଇଥିଲା ଆଜି ଠାରୁ ଅର୍ଥାତ୍ ନଭେମ୍ବର ୧୫ରୁ ଷ୍ଟାଡିୟମ୍ କାଉଣ୍ଟରରେ ମିଳିବ ଉଦଘାଟନୀ ଦିବସ ଏବଂ ଭାରତ ମ୍ୟାଚର ଟିକେଟ୍ । ତେଣୁ ଗତକାଲି ବିଳମ୍ବିତ ରାତିରୁ ଆସି କାଉଣ୍ଟରରେ ଲାଇନ୍ ଲଗାଇଥିଲେ ଦର୍ଶକ । ହେଲେ ସକାଳେ କୁହାଗଲା ସେହି ଦିନର ଟିକେଟ୍ ସରି ଯାଇଛି । କେବଳ ଅନ୍ୟ ଦିନର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହେବ । ସେଇଠୁ ଦର୍ଶକ ଆରମ୍ଭ କରି ଦେଲେ ଲଙ୍କାକାଣ୍ଡ । ରାତିରୁ ଅପେକ୍ଷା କରି ଟିକେଟ୍ ନପାଇବା ପରେ ଲୋକଙ୍କ ନୈରାଶ୍ୟ ଅସନ୍ତୋଷର ରୂପ ନେଇଥିଲା । ଶେଷରେ ପୋଲିସର ଲାଠି ମାଡ଼ ଖାଇବାକୁ ପଡ଼ିଥିଲା ଟିକେଟ୍ ଆଶାୟୀଙ୍କୁ ।

ତେବେ ଏତେ ସବୁ କାଣ୍ଡ ପରେ ମଧ୍ୟ ଦିନରେ ଅନେକ ସମୟ ଧରି ଲାଇନରେ ଲୋକେ ଠିଆ ହୋଇ ରହିଥିଲେ । ଆଉ ସେମାନଙ୍କ ପାଖରେ ଜଗି ରହିଥିଲେ ପୋଲିସ୍ । କିନ୍ତୁ ଆୟୋଜକଙ୍କ ପାଖରେ ଖବର ଥିଲେ ମଧ୍ୟ କେହି ବି ବରିଷ୍ଠ ଅଧିକାରୀ କିଛି ସୂଚନା ଦେବାକୁ ପହଞ୍ଚି ନଥିଲେ । କେବଳ ଗଣମାଧ୍ୟମକୁ ଏକ ବାର୍ତ୍ତା ଆସିଲା ଯେ କୌଣସି ଖବର ଛାପିବା ପୂର୍ବରୁ ଭଲ ଭାବେ ବୁଝି ନିଅନ୍ତୁ । ଅବଶ୍ୟ ପରେ ଲୋକଙ୍କୁ ଅନ୍ୟ ମ୍ୟାଚ ପାଇଁ ଟିକେଟ୍ ଦିଆଯାଇଥିଲା ।

ଉଦଘାଟନୀ ଉତ୍ସବରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଓ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର୍‌ ରେହେମାନ୍‌ ପ୍ରମୁଖ ଯୋଗ ଦେଉଛନ୍ତି । ଏମାନଙ୍କ ସୋ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ସେଥିଲାଗି ଟିକେଟ କିଣିବାକୁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଲାଇନରେ ଠିଆ ହୋଇଥିଲେ ଦର୍ଶକ । ତେବେ ଟିକେଟ୍ ନମିଳିବା ପରେ ଆରମ୍ଭ ହୋଇ ଯାଇଥିଲା ଲଙ୍କାକାଣ୍ଡ । ଅବଶ୍ୟ ଏଥିପାଇଁ ଦର୍ଶକଙ୍କ ଯେତିକି ପରିମାଣରେ ଦାୟୀ ସେଥିରେ କିଛି ଭୁଲ ଆୟୋଜକଙ୍କର ମଧ୍ୟ ରହିଛି ।

ଉତ୍କଣ୍ଠାରେ ଭାରତୀୟ ଖେଳାଳି

ବିଶ୍ବ କପ୍ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛି ଭାରତୀୟ ଦଳ । ଦିନ ପାଖେଇବା ସହ ଭାରତୀୟ ଦଳ ଖେଳାଳିଙ୍କ ଉତ୍କଣ୍ଠା ମଧ୍ୟ ବଢୁଛି । କାରଣ ଘରୋଇ ପଡ଼ିଆରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ଚାମ୍ପିଅନ୍ ହେବାର ଆଶା ବି ବଢ଼ିଛି । ଦଳ ଖୁବ୍ ଭଲ ଭାବେ ପ୍ରସ୍ତୁତି ଚଳାଇଛି । ଖେଳାଳିଙ୍କ ଭିତରେ ଥିବା ଉତ୍ସାହରୁ ସେମାନେ ଶତପ୍ରତିଶତ ପରିଶ୍ରମ କରି ଭାରତୀୟ ଦର୍ଶକଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଆଜି ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି ।

ଆଜି କଳିଙ୍ଗ ଷ୍ଟାଡିୟମର ନୂଆ ହକି ଟର୍ଫ ଉପରେ ଗଣମାଧ୍ୟମକୁ ସମ୍ବୋଧନ କରି ମନପ୍ରୀତ ଆହୁରି କହିଛନ୍ତି ଯେ ଏହି ପଡ଼ିଆରେ ଆମେ ଲଗାତର ଅଭ୍ୟାସ କରି ନିଜକୁ ଅଭ୍ୟସ୍ତ କରି ନେଲୁଣି । ତେଣୁ ଟୁର୍ଣ୍ଣାମେଣ୍ଟରେ କିଛି ଅସୁବିଧା ହେବ ନାହିଁ । ଦଳରେ ପ୍ରାୟ ୭ ଜଣ ଜୁନିୟର ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନଙ୍କ ସହ ମଧ୍ୟ ସିନିୟର ଖେଳାଳିମାନେ ତାଳମେଳ ରଖି ଖେଳିବେ ବୋଲି କହିଛନ୍ତି । ଦୁର୍ବଳ ଥିବା କ୍ଷେତ୍ରକୁ ଫୋକସ୍ କରି ଅଭ୍ୟାସ ଚାଲିଛି ବୋଲି ମନପ୍ରୀତ କହିଛନ୍ତି

KNews Bureau

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

15 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

53 mins ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

1 hour ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago