ଟୋକିଓ ଅଲିମ୍ପିକ୍‌ ପାଇଁ ଘୋଷିତ ଭାରତୀୟ ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଓ ଅମିତ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ ହକି ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା । ଏହି ୧୬ ଜଣିଆ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଏଥିରେ ପ୍ରାୟ ୧୦ ଜଣ ନୂଆ ଖେଳାଳି ସାମିଲ ହୋଇଛନ୍ତି । ଯେଉଁମାନେ ପୂର୍ବରୁ କେବେ ଅଲିମ୍ପିକ୍‌ରେ ଖେଳି ନାହାନ୍ତି ।

ଆଗାମୀ ଅଲିମ୍ପିକ୍‌ କ୍ରୀଡ଼ା ଜାପାନର ଟୋକିଓରେ ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏ ଅନୁଷ୍ଠିତ ହେବ । ଗତ ୪୧ ବର୍ଷ ଧରି ଅଲିମ୍ପିକ୍‌ରୁ ଖାଲି ହାତରେ ଫେରୁଛି ଭାରତୀୟ ଦଳ । ତେଣୁ ଏଥର ପଦକ ଜିତିବାର ଆଶା ରଖିଛି । ବର୍ତ୍ତମାନର ଭାରତୀୟ ଦଳ ୨୦୧୬ ଏବଂ ୨୦୧୮ରେ ଏସିଆନ୍‌ ଚାମ୍ପଅନ୍ସିପ୍‌ ଜିତିଛି । ତା ସହିତ ୨୦୧୭ରେ ଏସିଆ କପ୍‌ ଗୋଲଡ୍‌, ୨୦୧୯ରେ ବିଶ୍ୱ ସିରିଜ୍‌ରେ ବିଜୟୀ ହୋଇ ଭଲ ଫର୍ମରେ ଅଛି । ଆଗାମୀ ଅଲିମ୍ପିକରେ ଭାରତୀୟ ଦଳ ପୁଲ୍‌ ‘ଏ’ରେ ସାମିଲ ଅଛି । ଏଥିରେ ଆର୍ଜେଣ୍ଟଇନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ୍‌ ଏବଂ ଆୟୋଜକ ଜାପାନ ଭଳି ଟାଣୁଆ ଦଳ ରହିଛନ୍ତି । ପୂର୍ବରୁ ଘୋଷିତ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ଦୀପଗ୍ରେସ ଏକ୍କା ।

ଭାରତୀୟ ପୁରୁଷ ହକି ଦଳ

ପି.ଆର ଶ୍ରୀଜେସ, ହରମନପ୍ରୀତ ସିଂହ, ରୂପିନ୍ଦରପାଲ ସିଂହ, ସୁରିନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ସୁମିତ କୁମାର, ସମଶେର ସିଂହ, ଦିଲପ୍ରୀତ ସିଂହ, ଗୁରଜନ୍ତ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.