ଓଡ଼ିଶାରେ ପୁଣି ହକି ମହାକୁମ୍ଭ: ୨୮ରୁ ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ

ରାଉରକେଲା: ହକି ଗଡକୁ ଫେରିଲା ହକି । ହକି ଇଣ୍ଡିଆ ଲିଗ୍ ମ୍ୟାଚର ଚମକରେ ଚମକିବ ରାଉରକେଲା ସମେତ ସୁନ୍ଦରଗଡ଼ । ଖୁବଶୀଘ୍ର ମୈଦାନକୁ ଓହ୍ଲାଇବେ ୮ଟି ଭାରତୀୟ ପୁରୁଷ ହକି ଦଳର ଖେଳାଳି ସାଙ୍ଗକୁ ବିଦେଶୀ ଖେଳାଳୀ । ବଲିଉଡ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ ମହୋତ୍ସବ ସହିତ ଶୁଭାରମ୍ଭ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦୀଲିପ ତୀର୍କୀ ।

ଡିସେମ୍ବର ମାସ ୨୮ ତାଖରୁ ରାଉରକେଲାରେ ପୁଣି ଆୟୋଜନ ହେବ ହକିର ମହାକୁମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ଇଣ୍ଡିଆନ୍ ହକି ଲିଗ୍ ମ୍ୟାଚ । ଡିସେମ୍ବର ୨୮ ରୁ ଜାନୁୟାରୀ ୧୮ ଓ ଜାନୁଆରୀ ୧୯ ତାରିଖରୁ ଫେବୃଆରୀ ୧ତାରିଖ ପର୍ଯ୍ୟନ୍ତ ଚାଲିବ ମ୍ୟାଚ । ଦୁଇଟି ପୁଲରେ ୮ ଟି ଟିମ୍ ରଖାଯାଇଥିବା ବେଳେ ରାଉଣ୍ଡ-ରବିନ ଫର୍ମାଟରେ ହକି ଇଣ୍ଡିଆ ଲିଗ୍ ମ୍ୟାଚ ଆୟୋଜିତ ହେବ ।