ଏକମାତ୍ର ଭାରତୀୟ ଖେଳାଳି ଭାବରେ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ରେକର୍ଡ ଦିଲୀପଙ୍କ ନାଁରେ ଅଛି

ଦିଲୀପ ତିର୍କୀ ହେଉଛି ଏମିତି ଏକ ନାଁ ଯିଏ ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ୧୯୭୭
ମସିହା ଆଜିର ଦିନରେ ସୁନ୍ଦରଗଡ ଜିଲ୍ଲାର ଭିନସେଣ୍ଟ ତୀର୍କ୍କୀ ଓ ରେଗିନା ତିର୍କିଙ୍କ କୋଳ ମଣ୍ଡନ କରିଥିଲେ ଦିଲୀପ । ଖାଲି ଦିଲୀପ ନୁହନ୍ତି ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ବି ହକି ଖେଳ ସହ ପ୍ରତ୍ୟକ୍ଷ ଭାବରେ ଜଡିତ ଥିଲେ । ଏକ ହକି ପରିବାରର ସଦସ୍ୟ ହୋଇଥିବାରୁ ପିଲାଟି ବେଳରୁ ହକି ପ୍ରତି ତାଙ୍କର ଏକ ଅହେତୁକ ଦୁର୍ବଳତା ରହିଥିଲା । ତାଙ୍କ ବାପା ଭିନସେଣ୍ଟ ଜଣେ ରାଜ୍ୟ ସ୍ତରୀୟ ହକି ଖେଳାଳି ଥିଲେ | ଖାଲି ସେତିକି ନୁହେଁ ତାଙ୍କ ଦୁଇ ଯାଆଁଳା ଭାଇ ଅନୁପ ତିର୍କି ଓ ଅଜିତ ତିର୍କି ମଧ୍ୟ ରେଳ ବିଭାଗ ତରଫରୁ ହକି ଖେଳି ଆସୁଛନ୍ତି । ଦିଲ୍ଲୀପ ୧୯୯୫ ମସିହା ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚରେ ଅନ୍ତର୍ଜାତୀୟ ହକିରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ ମସିହା ଆଟଲାଣ୍ଟ, ୨୦୦୦ର ସିଡନୀ, ୨୦୦୪ର ଆଥେନ୍ସ ଅଲିମ୍ପିକ୍ସରେ ଭାରତ ତରଫରୁ ପ୍ରତିନିଧିତ୍ବ କରିଛନ୍ତି ।

dilip

ଜାଣି ଆଶ୍ଚର୍ଯ୍ୟ ହେବେ ଦିଲୀପ ହେଉଛନ୍ତି ଭାରତର ଏକ ମାତ୍ର ଆଦିବାସୀ ଖେଳାଳି ଯିଏ ଅଲିମ୍ପିକ୍ସରେ ଦେଶ ତରଫରୁ ପ୍ରତିନିଧିତ୍ବ କରିଛନ୍ତି ।  ନିଜ କ୍ୟାରିୟରରେ ସେ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏହି ବିରଳ ରେକର୍ଡର ଅଧିକାରୀ ହେବାରେ ସେ ଭାରତର ଏକମାତ୍ର ଖେଳାଳି ହୋଇଥିବା ବେଳେ ବିଶ୍ୱର ହେଉଛନ୍ତି ଦ୍ଵିତୀୟ ଖେଳାଳି । ତାଙ୍କରି ସମୟରେ ଭାରତୀୟ ଦଳ ୧୯୯୮ ରେ ବ୍ୟଙ୍ଗକକ ଠାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମରେ ଗୋଲ୍ଡ ମେଡାଲ ହାସଲ କରିଥିଲା । ଆଉ ତାଙ୍କରି ପ୍ରତିନିଧିତ୍ବରେ ୨୦୦୨ ରେ ଦକ୍ଷିଣ କୋରିଆର ବୁସନ ଠାରେ ଖେଳାଯାଇଥିବା ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ମାଲେସିଆର କୁଆଲା ଲୁଂପୁର ଠାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ଚମ୍ପିୟାନ ହୋଇଥିଲା । ତାଙ୍କରି କ୍ୟାପଟେନ ସିପରେ ହିଁ ୨୦୦୩ ହାଇଦରାବାଦରେ ଅନୁଷ୍ଠିତ ହୋଇଥିବା ଆଫ୍ର-ଏସିଆନ ଖେଳରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ୨୦୦୪ ର ଗ୍ରୀସ ଅଲିମ୍ପିକ୍ସରେ ସପ୍ତମ ସ୍ଥାନରେ ରହିଥିଲା । ହକି ଖେଳ ପ୍ରତି ଅନନ୍ୟ ଦାନ ପାଇଁ ଦିଲ୍ଲୀପ ୨୦୦୪ ରେ ପଦ୍ମଶ୍ରୀ, ୨୦୦୨ ରେ ଅର୍ଜୁନ ପୁରସ୍କାର, ୧୯୯୬ରେ ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।

India heading in right direction: Dilip Tirkey | News - Times of India

ଖାଲି ସେତିକି ନୁହେଁ ୧୯୯୮ ରେ ଓଏନଜିସି ହକି ଇୟର ବୁକ ଆୱାର୍ଡ, ୨୦୦୪ ମସିହାରେ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ ପର୍ସନ ଅଫ ଦ ଇୟର, ୨୦୦୯ ରେ ରିକ ହକି ଷ୍ଟାର ଅଫ ଦ ଇୟର, ୨୦୧୨ ରେ ସୋ କେଶ ଓଡିଶା ଆୱାର୍ଡ ପରି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଖାଲି ସେତିକି ନୁହେଁ ୨୦୧୦ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ ଉପାଧି ମଧ୍ୟ ଦିଆଯାଇଛି । ଦୀର୍ଘ ୧୫ ବର୍ଷ ଅନ୍ତର୍ଜାତୀୟ କ୍ଷେତ୍ରରେ ରହିବା ପରେ ୨୦୧୦ରେ ସେ ନିଜ ଅବସର ଘୋଷଣା କରିଥିଲେ । ଖାଲି ଜଣେ ଖେଳାଳି ଭାବରେ ନୁହେଁ ତାଙ୍କୁ ଜଣେ ଭଲ ମଣିଷ ତଥା ଦକ୍ଷ ରାଜନୀତିନଜ୍ଞ କହିଲେ ଭୁଲ ହେବନାହିଁ । ୨୦୧୨ ରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ସେ ଓଟିଡିସିର ଚ୍ୟାରମ୍ୟାନ ଭାବରେ କାର୍ଯ୍ୟରତ ଅଛନ୍ତି ।

 

 

Leave A Reply

Your email address will not be published.