ହକି ମହାସମର ଲାଗି ବାଜିବ ବିଗୁଲ୍‌ : ଦିନେ ପରେ ଉଦ୍‌ଘାଟନୀ ଉତ୍ସବ, ବିଶ୍ୱକପ୍‌ ଟ୍ରଫି ଜିତିବାକୁ ଖେଳାଳିଙ୍କ ଝାଳବୁହା ଅଭ୍ୟାସ

ଭୁବନେଶ୍ୱର  : ହକି କିଶ୍ୱକପ୍‌ ପାଇଁ ଝଲସୁୁଛି ଭୁବନେଶ୍ୱର । ଷ୍ଟାଡିୟମଠାରୁ ଆରମ୍ଭ କରି ରାସ୍ତାଘାଟ୍‌ ସବୁ ଚକାଚକ୍‌। ସବୁଠି ହକିର ମାନିଆ। କେଉଁଠି ରାସ୍ତାକାନ୍ଥରେ ହକି ଖେଳାଳୀଙ୍କ ଛବି ଅଙ୍କା ଯାଇଛି ଆଉ କେଉଠି ହକି ଖେଳାଳୀଙ୍କ ଫଟୋା ଭଳିକି ଭଳି ରଙ୍ଗିନ ଆଲୋକରେ ସଜେଇ ହୋଇଛି ଭୁବନେଶ୍ୱର । ବିଭିନ୍ନ ଓଭରବ୍ରିଜ ତଳେ ଏଲଇଡି ଲାଇଟ୍‌ ଶୋଭା ପାଉଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ ଓସ୍କାର ବିଜେତା ଏଆର ରେହମାନ, କିଙ୍ଗ ଖାନ୍‌ ଶାହାରୁଖ, ଧକଧକ ଗାର୍ଲ ମାଧୁରୀଙ୍କ ସମେତ ଦେଶୀ ବିଦେଶୀ ନୃତ୍ୟପ୍ରେମୀ । ସେହିଭଳି ଓଡିଆ ଅଭିନେତା ସବ୍ୟସାଚି ଓ ଅର୍ଚିତା ବି ଆକର୍ଷଣ ସାଜିବୋ ଖାଲି ଓଡ଼ିଶା ନୁହଁ, ସାରା ରାଜ୍ୟରେ ହକି ଫିଭର। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ହକି ପାଇଁ ଗଣଦୌଡ଼। ହଜାର ହଜାର ସଂଖ୍ୟାରେ କ୍ରୀଡ଼ା ପ୍ରେମୀ ସାମିଲ ହୋଇଥିଲେ।

ସେପଟେ ବିଶ୍ୱକପ୍‌ ଟ୍ରଫି ଜିତିବାକୁ ସବୁ ଦଳ ଝାଳବୁହା ଅଭ୍ୟାସ ଚଳାଇଛନ୍ତି। ଘଣ୍ଟା ଘଣ୍ଟା ଧରି ଷ୍ଟାଡିୟମରେ ଅଭ୍ୟାସ କରିବା ସହ ହୋଟେଲରେ ବି ଅଭ୍ୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍‌ ।  ବିଶେଷ କରି ସୁରକ୍ଷାକୁ ଆଖି ଆଗରେ ରଖି ପାକିସ୍ତାନ ଟିମ୍‌ ଅଧିକ ସମୟ ହୋଟେଲରେ ଅଭ୍ୟାସ କରୁଛି । ସେପଟେ ଆଜି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଜର୍ମାନ ଓ ଆୟରଲ୍ୟାଣ୍ଡ ଟିମ୍‌ ।

ବିଶ୍ୱକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ। ଉଦଘାଟନୀ ଉତ୍ସବଠାରୁ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ସବୁକିଛି ସୁରୁଖରୁରେ ଶେଷ ହେବା ଆଶା ରଖିଛି କ୍ରୀଡ଼ା ବିଭାଗ। ହକି ବିଶ୍ୱକପ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରିଛି କମିଶନରେଟ ପୋଲିସ । ଖେଳାଳି ଓ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମର ସୁରକ୍ଷାଠାରୁ ଆରମ୍ଭ କରି ଟ୍ରାଫିକ୍‌ ଓ ପାର୍କିଂର ବ୍ୟବସ୍ଥା କରାଯାଇଛି ।