‘ଆସ କରିବା ବୋବାଲ, ଓଡ଼ିଶା ନାଁ ହେବ ଗ୍ଲୋବାଲ’ ହକି ୱାଲ୍ଡ କପର ଆସିଲା ପ୍ରମିୟର ଗୀତ

ଭୂବନେଶ୍ବର (କେନ୍ଯୁଜ୍) : ରାଜଧାନୀରେ ବିଶ୍ବ ହକିକୁ ନେଇ ଲୋକଙ୍କ ମଧ୍ୟରେ ଭରି ରହିଛି ଅନେକ ଉତ୍ସାହ। ତେବେ ନିକଟରେ ହକିର ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ହକି ୱାଲ୍ଡ କପ୍।
ଏନେଇ ରାଜଧାନୀକୁ ପ୍ରସ୍ତୁତ କରାଯାଉଥିବା ବେଳେ ହକି ୱାଲ୍ଡ କପ୍ ୨୦୧୮ ପୋଷ୍ଟ କରିଛି ଏହାର ପ୍ରିମିୟର ଗୀତ। ଏହି ଗୀତଟିକୁ ବଲିଉଡ଼ର ଚର୍ଚ୍ଚିତ ଗାୟକ ମିକା ସିଂ ଗାଇଥିବା ବେଳେ ସଂପୂର୍ଣ୍ଣ ଗୀତର ବୋଲ ରହିଛି ଓଡ଼ିଆ। ଗୀତରେ ଓଡ଼ିଶାର ବିଭିନ୍ନ ସ୍ଥାନ ଦେଖାଯାଇଥିବା ବେଳେ ରାଷ୍ଟ୍ରୀୟ ଖେଳ ହକିକୁ ନେଇ ରାଜ୍ଯବାସୀଙ୍କ ମନରେ ଭରି ରହିଥିବା ଉତ୍ସାହକୁ ଦେଖାଯାଇଛି। ଗୀତକୁ ଶେୟାର କରାଯାଇ ଏକ ଟ୍ବିଟ କରାଯାଇଛି ଏବଂ ଏଥିରେ ଲେଖାଯାଇଛି ସବୁ ୱାଲ୍ଡ କପ ପାଇଁ ଦରକାର ଏକ ଗୀତ।
Every Cup needs a song. Here is one for Odisha!
Presenting the Odia cheer-up song of the Odisha Hockey Men’s World Cup Bhubaneswar 2018 by @MikaSingh #AsaKaribaBobaal #Premiere #Odisha2018 #HWC2018@TheHockeyIndia @FIH_Hockey pic.twitter.com/Td68ZuF1si
— Hockey World Cup 2018 – Host Partner (@sports_odisha) November 7, 2018
ହକି ବିଶ୍ୱକପକୁ ମଝିରେ ଆଉ ୨୧ ଦିନ ରହିଲା । ଏନେଇ ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରସୋରରେ ପ୍ରସ୍ତୁତ ଚାଲିଛି । ଭାରତୀୟ ହକି ଦଳ ଏଠାରେ ଅଭ୍ୟାସ ବି ଚଳାଇଛି । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଟିମ୍ ଇଣ୍ଡିଆ ଖୁବ ଶକ୍ତିଶାଳୀ ହୋଇଛି । ବିରୋଧୀ ଟିମକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ଭାରତ ।