ହକି ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି : ପୁଲ୍-ବିର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩-୦ ଗୋଲରେ କଲା ପରାସ୍ତ

ଭୁବନେଶ୍ବର : ହକି ବିଶ୍ୱକପ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି । ପୁଲ୍-ବିର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍ରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କେହି କାହିରିକୁ ଛାଡ଼ିବା ମୁଡ୍ରେ ନଥିଲେ । ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲୋ । ତୃତୀୟ କ୍ୱାଟର୍ସ ପର୍ଯ୍ୟନ୍ତ ମ୍ୟାଚ ଗୋଲ ଶୂନ୍ୟ ଥିଲା । ତେବେ ଚତୁର୍ଥ କ୍ୱାଟର୍ସରେ ଅଷ୍ଟ୍ରେଲିଆ ଟିମ ଘନଘନ ଆକ୍ରମଣ କରିଥଲା । ଆଉ ବିଜୟ ବାନା ଉଡାଇଥିଲା । ହାଇଭୋଲଟେଜ୍ ମୁକାବିଲା ସାଙ୍ଗକୁ ଦର୍ଶକଙ୍କ ତାଳି ଓ ହୋହଲ୍ଲାରେ କଳିଙ୍ଗ ଷ୍ଟାଡିୟମରେ ଶୀତୁଆ ସନ୍ଧ୍ୟା ବେଶ ଉଷୁମ ହୋଇଥିଲା । ପୂରା ଷ୍ଟାଡିୟମ୍ରେ ଭିଡ଼େ ଦେଖିବାକୁ ମିଳିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ ଆୟରଲାଣ୍ଡ-ଚୀନ ମଧ୍ୟରେ ଖେଳାଯାଉଛି ।