ଆଉ ଦିନକ ପରେ ଆରମ୍ଭ ହେବ ହକି ବିଶ୍ୱକପ୍ ! ଖାଲି ରାଜଧାନୀ ନୁହଁ, ସାରା ରାଜ୍ୟରେ ହକି ଫିଭର

ଭୁବନେଶ୍ବର : ହୋଟେଲ ସ୍ୱସ୍ତି ପ୍ରିମିୟମରେ ଫ୍ରାନ୍ସ, ମାଲେସିଆ, ପାକିସ୍ତାନ ଟିମ୍ ରହିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଫ୍ରାନ୍ସ ଟିମ୍ ଆସି ସାରିଥିବା ବେଳେ ଗତକାଲି ରାତିରେ ପହଞ୍ଚିଥିଲା ପାକିସ୍ତାନ ଟିମ । ଏହାପରେ ହୋଟେଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ହୋଟେଲ ସମ୍ମୁଖ ଫାଟକ ଓ ଚାରି ପାଖରେ ମୂତୟନ କରାଯାଇଛି ୨ ପ୍ଲାଟୁନ୍ ବନ୍ଧୁକ ଧାରୀ ପୋଲିସ ଫୋର୍ସ । ରାତିରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲୋ । ହୋଟେଲ ଭିତରକୁ ଯିବାଆସିବା କରୁଥିବା ଗାଡିଗୁଡିର ତନ୍ନତନ୍ନ ଯାଞ୍ଚ କରାଯାଉଛି ।
କେବଳ ସ୍ୱସ୍ତି ପ୍ରିମିୟମ ନୁହେଁ, ହୋଟେଲ ମେ’ଫେୟାର , ସ୍ୟାଣ୍ଡି ଟାଓ୍ଵାର ସମେତ ବିବିନ୍ନ ଦେଶର ଖେଳାଳି ରହୁଥିବା ହୋଟେଲ ଗୁଡିକରେ ମଧ୍ୟ ପୋଲିସ ଦିନରାତି ମୂତୟନ ଅଛନ୍ତି । ହୋଟେଲ ସମ୍ମୁଖରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ କରାଯାଇଛି ।
ସେପଟେ ବିଶ୍ୱକପ ହକିକୁ ଆଖି ଆଗରେ ରଖି ଅପରାଧିକ କାର୍ଯ୍ୟକଳାପ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ । ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ରାତିରେ ଅଧିଆ ଚେକିଂ ଜୋରଦାର କରାଯାଇଛି । ଗୋଟିଏ ସମୟରେ ହକି ବିଶ୍ୱକପ୍ ଓ କଟକ ବାଲିଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି କମିଶନରେଟ ପୋଲିସ ।