ପୁରୀରେ ବିଶ୍ୱକପ୍‌ ହକି ମାସ୍କଟ ‘ଓଲି’

ପୁରୀ(କେନ୍ଯୁଜ୍) : ପୁରୀରେ ବିଶ୍ୱକପ୍‌ ହକି ମାସ୍କଟ ‘ଓଲି’। ଓଲି ପୁରୀରେ ପହଞ୍ଚିବା ପରେ ଏକ ରଙ୍ଗାରଙ୍ଗ ଶୋଭାଯାତ୍ରାରେ ସିଂହଦ୍ୱାରରୁ ବାହାରି ସହର ପରିକ୍ରମା କରିଥିଲା। ପିଡିଡିଆରଡିଏ ଉଦ୍ଧବ ଚରଣ ମାଝି ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଶୋଭାଯାତ୍ରାରେ ସ୍କୁଲ୍ ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଖେଳାଳି ସାମିଲ ହୋଇଥିଲେ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ଯନ୍ତ ଆୟୋଜିତ ହେବ ବିଶ୍ୱକପ୍‌ ହକି।