କମ୍ପିବ ବାରବାଟୀ ଷ୍ଟାଡିୟମ: କ୍ରିକେଟ ଗଡ଼ରେ ଆଜି ହେବ ହକି ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବ

କଟକ (କେନ୍ୟୁଜ): ବାରବାଟୀରେ ନୂଆ ଫର୍ଦ୍ଦ। କ୍ରିକେଟ ଗଡ଼ରେ ଆଜି ହକି ମହାକୁମ୍ଭର ଉଦ୍‌ଘାଟନ। ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ। ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବରେ କମ୍ପିବ ବାରବାଟୀ ଷ୍ଟାଡିୟମ। ନାମୀଦାମୀ ବଲିଉଡ କଳାକାରଙ୍କ ପରିବେଷଣରେ ଦୁଲୁକିବ ମଞ୍ଚ । ଜଲଓ୍ଵା ଦେଖାଇବେ ବଲିଉଡ ଷ୍ଟାର ରଣବୀର ସିଂ, ଦିଶା ପଟ୍ଟାନୀ। ନବବଧୂ ରୂପରେ ସଜେଇ ହେଇଛି କଟକ। ଲାଇଟ, ରଙ୍ଗବେରଙ୍ଗର ଚିତ୍ର, ସବୁଜ ସୁନ୍ଦର ଗଛବୃକ୍ଷରେ ରାସ୍ତାର ଦୁଇ ପାର୍ଶ୍ୱକୁ ସୁସଜ୍ଜିତ କରାଯାଇଛି।

ପୁରା ସହରରେ ଉତ୍ସବର ମାହୋଲ। ମଞ୍ଚରେ ଉଦ୍‌ଘାଟନୀ ସମାରୋହରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ସୋ। ଏକକାଳୀନ ଉଡ଼ିବ ୫ଶହ ଡ୍ରୋନ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସମ୍ଭାବନା ରହିଛି। ଉଦ୍‌ଘାଟନୀ ସମାରୋହର ମଜା ଉଠାଇବାକୁ କଟକ ବାସିନ୍ଦାଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କଟକ ମହାନଗର ନିଗମ। ସମୁଦାୟ ୫୯ଟି ୱାର୍ଡରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ୧୬ଟି ସ୍ଥାନରେ ଫ୍ୟାନ ପାର୍କ କରାଯାଇ ବଡ଼ ଏଲଇଡିର ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.