ପୁରୁଷ ହକି ବିଶ୍ୱକପରେ ଭାଗନେବ ପାକିସ୍ତାନ ଖେଳାଳି, ଦୂର ହେଲା ଭିସା ଓ ପ୍ରାୟୋଜକ ସମସ୍ୟା

ଭୁବନେଶ୍ୱର (କେନ୍ୟୁଜ୍): ରାଜଧାନୀରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଅଂଶଗ୍ରହଣ କରିବେ ପାକିସ୍ତାନ ଖେଳାଳି। ଭିଜା ପ୍ରାୟୋଜକ ସମସ୍ୟା ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଛି। ଭାରତୀୟ ହାଇକମିଶନ ପାକିସ୍ତାନ ଖେଳାଳିଙ୍କୁ ଭିଜା ଇସ୍ୟୁ କରିସାରିଛନ୍ତି। ଟିମର ନୂତନ ପ୍ରାୟୋଜକ ବିଶ୍ୱକପରେ ଅଂଶଗ୍ରହଣ ଲାଗି ଖର୍ଚ୍ଚ ପାଇଁ ୯ ମିଲିୟନ୍ ଅର୍ଥରାଶି ପାକିସ୍ତାନ ରିଲିଜ୍ କରିସାରିଛି। ପାକିସ୍ତାନ ହକି ବିଶ୍ୱକପର ଉଦଘାଟନୀ ସଂସ୍କରଣକୁ ମିଶାଇ ୪ଥର ଟାଇଟଲ ବିଜୟୀ ହୋଇଛି।