କ୍ରୀଡା

ମ୍ୟାଚ୍‌ ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିନେଲେ ହଂକଂ ଟିମର କିଞ୍ଚିତ ଶାହା, ଷ୍ଟାଡିୟମରେ ପ୍ରେମିକାଙ୍କୁ କଲେ ପ୍ରପୋଜ

ଏସିଆ କପରେ ଟିମ୍‌ ଇଣ୍ଡିଆ ହଂକଂ ବିପକ୍ଷ ମ୍ୟାଚ୍‌କୁ ୪୦ ରନରେ ଜିତିଛି। ବୁଧବାର ଦିନ ଦୁବାଇ ଷ୍ଟାଡିଅମରେ ହଂକଂ ବିପକ୍ଷରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ହାରିଥିଲା ହଂକଂ। କିନ୍ତୁ ଟିମ୍‌ର ଜଣେ ଖେଳାଳି ଏମିତି କାମ କରିଥିଲେ, ଯାହାକୁ ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଇଥିଲା।

ହଂକଂ ଟିମ୍‌ରେ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କିଞ୍ଚିତ ଶାହା ମ୍ୟାଚ୍‌ ହାରିବା ପରେ ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ବସିଥିବା ନିଜ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। ଏହା ଦେଖି ପାଖରେ ଥିବା ସମସ୍ତ ଦର୍ଶକଙ୍କ ଖୁସିରେ ତାଳି ମାରିଥିଲେ।

କିଞ୍ଚିତ ଶାହା ମ୍ୟାଚ ସରିବା ପରେ ଟିମ୍‌ର ଜର୍ସି ପିନ୍ଧି ଦର୍ଶକଙ୍କ ମଧ୍ୟରେ ବସିଥିବା ନିଜ ପ୍ରେମିକା ପାଖରେ ପହଞ୍ଚିତିଲେ। ଲୋକ ଷ୍ଟାଡିୟମ ଷ୍ଟାଣ୍ଡରେ କିଞ୍ଚିତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ପରେ ଯେତେବେଳେ କିଞ୍ଚିତ ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କ ପାଖକୁ ଯାଇ ଆଣ୍ଠେଇ ଯୁବତୀଙ୍କୁ ମୁଦି ଦରି ପ୍ରପୋଜ କରିଥିଲେ, ସେତେବେଳେ ଯୁବତୀ ଜଣକ ବେଶ ଖୁସି ହୋଇଯାଇଥିଲେ। ଯୁବତୀ ଜଣକ ତୁରନ୍ତ ହଁ କରିଦେଇଥିଲେ । ଏହା ପରେ କିଞ୍ଚିତ ମୁଦି ପିନ୍ଧାଇ ନିଜର କରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରଲ ହେଉଛି। ଏହି ସିନକୁ ବଡ ସ୍କ୍ରିନ ଜରିଆରେ କମେଣ୍ଟେଟର ଗୌତମ ଗମ୍ଭୀର ସଂଜୟ ବାଙ୍ଗେଡ ଏବଂ ହୋଷ୍ଟ ଜତିନ ସପ୍ରୁ ଦେଖିଥିଲେ। ଏହି ସିନ୍‌ ଦେଖିବା ପରେ ସଂପୂର୍ଣ୍ଣ ହଂକଂ ଟିମ୍‌ ଉତ୍ସାହିତ ହୋଇ ତାଳି ବଜାଇଥିଲେ।

କିଞ୍ଚିତ ଶାହା ହଂକଂ ଟିମ୍‌ ପକ୍ଷରୁ ଖେଳୁଛନ୍ତି। କିନ୍ତୁ ତାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ତାଙ୍କ ବାପା କ୍ରିକେଟ ଖେଳୁଥିଲେ। କିଞ୍ଚିତ ୩ ମାସର ହୋଇଥିବା ବେଳେ ତାଙ୍କ ବାପାଙ୍କ ସହିତ ହଂକଂ ଚାଲିଯାଇଥିଲେ। ସେଠାରେ ବାପାଙ୍କ କ୍ରିକେଟ ଖେଳି ଦେଖି ମାତ୍ର ୧୦ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

6 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

19 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

19 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago