ଲାଇଭ୍ ଚାଟ୍‌ରେ ସାକ୍ଷୀ ଦିଲ୍ ଖୋଲି କହିଲେ ଏମିତି କଥା, ଆଗରୁ ଯଦି ଧୋନିଙ୍କୁ ଲମ୍ବା ବାଳରେ ଦେଖାଥାନ୍ତି ତେବେ ଜମାରୁ ବାହା ହୋଇ ନଥାନ୍ତି

କ୍ୟାପ୍‌ଟେନ୍‌ କୁଲ୍‌ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ଗତ ୧୦ ମାସ ହେବ କ୍ରିକେଟରୁ ଦୂରରେ ଅଛନ୍ତି। ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଗତ ବର୍ଷ ଜୁଲାଇ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଚଳିତବର୍ଷ ସେ ଆଇପିଏଲ୍‌ରେ ଚେନ୍ନାଇ ତରଫରୁ ଖେଳିଥାନ୍ତେ। କିନ୍ତୁ କରୋନା ଭାଇରସ୍‌ ଯୋଗୁ ସମସ୍ତ ଖେଳ ସ୍ଥଗିତ ଥିବାରୁ ଆଇପିଏଲ୍‌ ମଧ୍ୟ ବନ୍ଦ ରହିଛି। ଇତି ମଧ୍ୟରେ ଅନେକ ଥର ଧୋନିଙ୍କ ଅବସର ନେଇ ବିଭିନ୍ନ କଥା ସାମ୍ନାକୁ ଆସିଛି। କିନ୍ତୁ ଏନେଇ ଧୋନି କୌଣସି ଉତ୍ତର ଦେଇନାହାନ୍ତି।

Sakshi Singh Dhoni Biography, Wiki, Age, Date Of Birth, Height, Family

ଲକ୍‌ଡାଉନ୍‌ରେ ଲୋକମାନେ ଧୋନିଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ରେ ଆସିବାକୁ ଅନୁରୋଧ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ମାତ୍ର ତାଙ୍କ ପତ୍ନୀ ସାକ୍ଷୀ ଧୋନି ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଚାଟ୍‌ କରି କେତେକ ଖୁଲାସା କରିଛନ୍ତି। ସାକ୍ଷୀ ପ୍ରଥମ ଥର ପାଇଁ ଗତକାଲି ଲାଇଭ୍‌ କରିଥିଲେ। ସେ ଚେନ୍ନାଇ ସୁପରକିଙ୍ଗସ୍‌ର ଆଙ୍କର ରୂପା ରମାନୀଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଚାଟ୍‌ କରିଥିଲେ।

 

View this post on Instagram

 

#WhistlePodu @ruphas

A post shared by Chennai Super Kings (@chennaiipl) on

ଏ ଅବସରରେ ସେ କହିଥିଲେ ଯେ ଏହା ମୋର ପ୍ରଥମ ଇନଷ୍ଟାଗ୍ରାମ୍‌ ଲାଇଭ୍‌। ମାହି କହିଲେ କର କିଛି ବଡ଼ କଥା ନୁହେଁ। ମୋ ଇନ୍‌ଷ୍ଟାଗ୍ରାମ୍‌ରେ ସମସ୍ତେ ଧୋନିଙ୍କ ଫ୍ୟାନ୍‌, କେହି ମୋର ନୁହେଁ। ଏଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଲକଡାଉନ୍‌ରେ ଘରେ ରହୁଛୁ। କିନ୍ତୁ ଧୋନି ପ୍ରାକ୍ଟିସ୍‌ ପାଇଁ ଯାଉଛନ୍ତି। ଚାଟ୍‌ ବେଳେ ସାକ୍ଷୀ କହିଥିଲେ ଯେ ଯଦି ମୁଁ ଲମ୍ବା କେଶରେ ଧୋନିଙ୍କୁ ପୂର୍ବରୁ ଦେଖିଥାନ୍ତି ତେବେ ଜମା ବିବାହ କରିନଥାନ୍ତି। ଭାଗ୍ୟକୁ ମୁଁ କେବେ ବି ତାଙ୍କୁ ଲମ୍ବା କେଶରେ ଦେଖିନାହିଁ। ଭଗବାନଙ୍କୁ ଧନ୍ୟବାଦ ଯେ ସେ ମତେ ଛୋଟ କେଶରେ ମିଳିଲେ।

If I had seen mahi with is long orange hair I would not have even ...

ସୂଚନାଯୋଗ୍ୟ ଯେ ଜୁଲାଇରେ ମାହି ଓ ସାକ୍ଷୀଙ୍କ ବିବାହକୁ ୧୦ ବର୍ଷ ପୂରିବ। ସାକ୍ଷୀ କହିଛନ୍ତି ଯେ ଏହା ଏକ ସୁନ୍ଦର ଯାତ୍ରା। ମୁଁ ମାହିଙ୍କ ଯୋଗୁ ସବୁ କିଛି ଦେଖିଛି। ତା’ ପୂର୍ବରୁ ମୁଁ କଲେଜରେ ଥିଲି। ତା’ ପରେ ବିବାହ ହେଇଗଲା। ତାଙ୍କ ସହ ହିଁ ମୁଁ ସବୁ କିଛି ଶିଖିଛି ଓ ଦୁନିଆ ଦେଖିଛି।

Leave A Reply

Your email address will not be published.