କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ, କଟିଲା ୨୦ ପ୍ରତିଶତ ମ୍ୟାଚ ଫି
କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ। ଅଷ୍ଟ୍ରେଲିଅ ଖେଳାଳିଙ୍କୁ ଧକ୍କା ଦେବାରୁ କୋହଲିଙ୍କ ୨୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଲେବଲ୍ ୱାନ୍ ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମ୍ୟାଚ୍ ଫି’ କଟାଯାଇଥିବା କୁହାଯାଇଛି । ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ବେଳେ ଏହି ଘଟଣା ଘଟିଥିଲା ।
କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ସାଇଡ ଚେଞ୍ଚ କରୁଥିବା ବେଳେ କୋହଲି କନଷ୍ଟାସ୍ ଙ୍କ ଆଡକୁ ଯାଇଥିଲେ। ଏତିକି ବେଳେ କୋହଲିଙ୍କ କାନ୍ଧ କନଷ୍ଟାସ୍ ଙ୍କ କାନ୍ଧରେ ବାଜିଥିଲା । ପ୍ରଥମ ଦିନ ଶେଷ ହେବା ମାତ୍ରେ ବିରାଟ କୋହଲିଙ୍କ ଉପରେ ଜରିମାନା ଲଗାଇଛି ଆଇସିସି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟରେ ୩୧୧ ରନ କରିଛି ।
ସାମ କନଷ୍ଟାସ ୬୦ରନ କରିଥିବା ବେଳଏ ଉସମାନ ଖ୍ବାଜା ୫୭, ମାର୍ଲସ ଲାବୁସଚାଗନେ ୭୧ ଓ ଷ୍ଟିଭେନ ସ୍ମିତ ୬୮ରନ କରିଥିଲେ। ଭାରତ ପକ୍ଷରୁ ବୁମରା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଆକାଶଦୀପ,ଜାଡେଜା ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।