ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କଲା ICC ; ବିରାଟ, ସୂର୍ଯ୍ୟ ଏବଂ ହାର୍ଦ୍ଦିକଙ୍କୁ ମିଳିଲା ସ୍ଥାନ

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ICC) ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଶ୍ରେଷ୍ଠ ଟିମ୍‌ ଘୋଷଣା କରିଛି। ଆଇସିସି ୧୨ ଜଣ ଖେଳାଳିଙ୍କୁ ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦେଇଛି। ଏହି ଟିମରେ ୪ ଜଣ ଇଂଲଣ୍ଡ ଖେଳାଳିଙ୍କୁ ସ୍ଥାନ ଦେଇଥିବା ବେଳେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି। ଏଥିରେ ପାକିସ୍ତାନର ୨ ଜଣ, ନ୍ୟୁଜିଲାଣ୍ଡ, ସାଉଥ ଆଫ୍ରିକା ଏବଂ ଜିମ୍ବାେଓ୍ଵର ଜଣେ ଜଣେ ଖେଳାଳି ରହିଛନ୍ତି।

ଆଇସିସି ଜୋସ ବଟଲର ଏବଂ ଏଲେକ୍ସ ହେଲ୍ସଙ୍କୁ ଓପନର ଭାବେ ଚୟନ କରାଯାଇଛି। ଏହି ଖେଳାଳି ଦୁହେଁ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟର ତୃତୀୟ ସ୍ଥାନରେ ବିରାଟ କୋହଲିଙ୍କ ନାମ ରହିଛି। ବିରାଟ କୋଡଳି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ୍‌ କରିଥିବା ବେଳେ ୪ଟି ଅର୍ଦ୍ଧଶତକ କରିଛନ୍ତି। ସେହିପରି ଟିମରେ ୪ର୍ଥ ସ୍ଥାନରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି-୨୦ ବିଶ୍ୱକପ ୨୦୨୨ରେ ସୂର୍ଯ୍ୟକୁମାର ଯାଦବଙ୍କ ଚତ୍ମକାର ବ୍ୟାଟିଂ ସମସ୍ତଙ୍କ ମନ ଜିତିନେଇଥିଲା।

ଟିମରେ ୫ମ ସ୍ଥାନରେ ନ୍ୟୁଜିଲାଣ୍ଡର ଗ୍ଲେନ ଫିଲିପ୍ସ ସ୍ଥାନ ପାଇଥିବା ବେଳେ ୬ଷ୍ଠ ସ୍ଥାନରେ ଜିମ୍ବାେଓ୍ଵର ସିକନ୍ଦର ରଜା ରହିଛନ୍ତି। ୭ମ ସ୍ଥାନରେ ପାକିସ୍ତାନର ଶାଦାବ ଖାନ ରହିଥିବା ବେଳେ ୮ମ ସ୍ଥାନରେ ଇଂଲଣ୍ଡର ସାମ୍‌ କରନ ରହିଛନ୍ତି। ସାମଙ୍କୁ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ମିଳିଛି। ୯ମ ସ୍ଥାନରେ ସାଉଥ ଆଫ୍ରିକାର ଏନରିକ, ୧୦ମ ସ୍ଥାନରେ ଇଂଲଣ୍ଡର ମାର୍କ ଉଡ୍‌ ଏବଂ ୧୧ ନଂ ସ୍ଥାନରେ ଶାହିନ ଶାହ ଆଫ୍ରିଦ ଏବଂ ୧୨ ନଂ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି।

ଅଷ୍ଟ୍ରେଲିଆରେ ଆୟୋଜିତ ଆଇସିସି ଟି୨୦ ବିଶ୍ୱ କପ୍‌ରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି । ୧୯୯୨ ଦିନିକିଆ ବିଶ୍ୱ କପ୍‌ର ସଫଳତାକୁ ଦୋହରାଇବା ପାଇଁ ପାକିସ୍ତାନ ଯେଉଁ ସ୍ୱପ୍ନ ଦେଖିଥିଲା ତାକୁ ମାଟିରେ ମିଶାଇ ଦେଇଛି ଇଂଲଣ୍ଡ । ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ସାମ୍‌ କୁରାନ୍‌ ୪ ଓଭରରେ ୧୨ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଥିଲେ । ତାଙ୍କ ଯୋଗୁଁ ପାକିସ୍ତାନକୁ ଇଂଲଣ୍ଡ ମାତ୍ର ୧୩୭ ରନ୍‌ରେ ଅଟକାଇ ପାରିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୧୩ଟି ଓ୍ଵିକେଟ୍‌ ନେଇଛନ୍ତି । ସେଥିପାଇଁ ତାଙ୍କୁ ମିଳିଛି ଉଭୟ ମ୍ୟାଚ୍‌ ଓ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ।

You might also like