ପଡ଼ିଆରେ ପଶି ଫିଲ୍ଡର ସାଜିଥିଲା କୁକୁର, ଏବେ ଆଇସିସି ଦେଲା ‘ଡଗ୍ ଅଫ୍ ଦ ମନ୍ଥ’ ଆଓ୍ଵାର୍ଡ
ଆଇସିସି ପକ୍ଷରୁ ‘ପ୍ଲେୟର ଅଫ୍ ଦ ମନ୍ଥ’ ଆଓ୍ଵାର୍ଡର ଘୋଷଣା କରାଯାଇଛି। ଚଳିତଥର ଏହି ଆଓ୍ଵାର୍ଡ ପାଇଁ ଲାଇମ୍ଲାଇଟ୍ରେ କୌଣସି ଖେଳାଳି ନୁହେଁ, ବରଂ ଏକ କୁକୁର ରହିଛି। ଏହି କୁକୁରର ନାଁ ହେଉଛି ‘ଡେଜଲ ଦ ଡଗ୍’। ଏହି କୁକୁର ନିକଟରେ ଆୟାର୍ଲାଣ୍ଡରେ ଚାଲିଥିବା ମହିଳା ଟୁର୍ଣ୍ଣାମେଣ୍ଟରେ ପଡ଼ିଆରେ ପଶି ବଲ୍ ନେଇଯାଇଥିଲା। ମ୍ୟାଚ୍ ବେଳେ କୁକୁର ଜଣେ ଫିଲ୍ଡର ଭଳି କାମ କରିଥିଲା। କୁକୁରର ଏହି ମଜାଳିଆ କାମ ତାକୁ ସେତେବେଳେ ଖୁବ୍ ଲୋକପ୍ରିୟ କରିଥିଲା। ଏହି କାରଣରୁ ଆଇସିସି ଚଳିତ ଥର ‘ଡେଜଲ ଦ ଡଗ୍’କୁ ଆଇସିସି ‘ଡଗ୍ ଅଫ୍ ଦ ମନ୍ଥ ଆଓ୍ଵାର୍ଡ’ ଦେବାକୁ ଘୋଷଣା କରିଛି।
We have an additional Player of the Month winner this time 🐶#POTM | @cricketireland | @IrishWomensCric pic.twitter.com/UJjAadIxdA
— ICC (@ICC) September 13, 2021
ସୂଚନାଯୋଗ୍ୟ ଯେ ଅଗଷ୍ଟ ମାସରେ ଇଂଲଣ୍ଡର ଟେଷ୍ଟ କ୍ୟାପ୍ଟେନ୍ ଜୋ ରୁଟ୍ଙ୍କୁ ‘ଆଇସିସି ପ୍ଲେୟର ଅଫ୍ ଦ ମନ୍ଥ’ ଚୟନ କରିଥିଲା। ତାଙ୍କ ସହ ଆୟାର୍ଲ୍ୟାଣ୍ଡର ଅଲରାଉଣ୍ଡର ଇମିଏର ରିଚର୍ଡସନ୍ଙ୍କୁ ମହିଳା ‘ଆଇସିସି ପ୍ଲେୟର ଅଫ୍ ଦ ମନ୍ଥ’ ଘୋଷିତ କରାଯାଇଥିଲା।
Exceptional athleticism in the field 👌pic.twitter.com/N5U1szC5ZI
— ICC (@ICC) September 13, 2021
ଏଥିସହ ଆଇସିସି ‘ଡେଜଲ ଦ ଡଗ୍’କୁ ଆଉ ଦୁଇଟି ଆଓ୍ଵାର୍ଡ ‘ପ୍ଲେୟର ଅଫ୍ ଦ ମୁମେଣ୍ଟ ଆଓ୍ଵାର୍ଡ’ ଓ ‘ବେଷ୍ଟ ଫିଲ୍ଡର ଇନ୍ ଆୟାର୍ଲ୍ୟାଣ୍ଡ କ୍ରିକେଟ୍’ ମଧ୍ୟ ପ୍ରଦାନ କରିଛନ୍ତି। ଆଇସିସି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ‘ଡେଜଲ ଦ ଡଗ୍’ର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କୁକୁର ପାଟିରେ ବଲ ଧରିଥିବା ଦେଖାଯାଇଛି। ଏହାର କ୍ୟାପସନ୍ରେ ଲେଖାଯାଇଛି, ଏଥରକ ଆମ ପାଖରେ ‘ପ୍ଲେୟର ଅଫ୍ ଦ ମନ୍ଥ ଆଓ୍ଵାର୍ଡ’ ପାଇଁ ଆଉ ଜଣେ ଓ୍ଵିନର ଅଛନ୍ତି।