୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ସନ୍ଦେହର କୌଣସି କାରଣ ନାହିଁ: ଆଇସିସି

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ( ଆଇସିସି ) ତରଫରୁ କୁହାଯାଇଛିକି ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ । ବିଶ୍ଵକପର ଏହି ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବା ସହ ଏଥିରେ ଭାରତ ପକ୍ଷ ଶ୍ରୀଲଙ୍କାକୁ ହରାଇଥିଲେ । ଆଇସିସି ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ମ୍ୟାଚକୁ ନେଇ ଏମିତି କିଛି ବି ପ୍ରମାଣ ନାହିଁ ଯାହାକୁ ନେଇ ମନରେ ସନ୍ଦେହ ଉପୁଜିବ ବା ଯାଞ୍ଚ କରାଯିବା ଆବଶ୍ୟକ । ସୂଚନା ଦେବା ଯୋଗ୍ୟକି, ଶ୍ରୀଲଙ୍କା ପୋଲିସର ଏକ ସ୍ୱତନ୍ତ୍ର ଦଳ ଶୁକ୍ରବାର ଏହି ସମ୍ବନ୍ଧୀୟ ତଦନ୍ତ ବନ୍ଦ କରିଥିବା ନେଇ ସୂଚନା ଦେବା ପରେ ବିଶ୍ୱ କ୍ରିକେଟ ସଂସ୍ଥା ପକ୍ଷରୁ ଏହି ବୟାନ ଦିଆଯାଇଛି ।

worl cup

କହିରଖିବା ଉଚିତ ହେବକି, ଶ୍ରୀଲଙ୍କାର ପୂର୍ବ କ୍ରୀଡାମନ୍ତ୍ରୀ ମହୀଦାନନ୍ଦ ଅଲୁଥାଗାମଗେ ଆରୋପ ଲଗାଇଥିଲେକି, କିଛି ଖେଳାଳି ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ଫିକ୍ସିଂଗ କରିଥିଲେ । ଏହି ଆରୋପ ଆଧାରରେ ନେଇଶ୍ରୀଲଙ୍କା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ଯାଞ୍ଚ ଶେଷ ପରେ ପୋଲିସ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଅଲୁଥାଗାମଗେଙ୍କ ଆରୋପକୁ ନେଇ କୌଣସି ପ୍ରକାର ପ୍ରମାଣ ମିଳିପାନାହିଁ । ତେଣୁ ପୂର୍ବ କ୍ରୀଡାମନ୍ତ୍ରୀଙ୍କ ତରଫରୁ ଲଗାଯାଇଥିବା ଏହି ଆରୋପ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ । ଏବାବଦରେ ଆଇସିସି ଭ୍ରଷ୍ଟାଚାର ନିରୋଧକ ବିଭାଗ ବା ଏସିୟୁର ମହାପ୍ରବନ୍ଧକ ଏଲେକ୍ସ ମାର୍ଶାଲ ବୟାନ ଦେଇଛନ୍ତିକି, ଆମ ପାଖରେ ୨୦୧୧ ର ପୁରୁଷ ବିଶ୍ଵକପ ଫାଇନାଲ ମ୍ୟାଚ ଉପରେ ସନ୍ଦେହ କରିବା ନେଇ କୌଣସି କାରଣ ନାହିଁ । ସେ ଏହା ମଧ୍ୟ କହିଛନ୍ତିକି ଆଇସିସି ଇନଟିଗରୀଟି ବିଭାଗ ଏହି ଆରୋପକୁ ଗୁରୁତର ସହ ନେବା ସହ ଏହାକୁ ନେଇ ତଦନ୍ତ କରିଥିଲେ । ଏହି ସମୟରେ ଆମ ସାମ୍ନାରେ ଏମିତି କିଛିବି ନାହିଁ ଯାହାକୁ ନେଇ ଭ୍ରଷ୍ଟାଚାର ନିରୋଧକ ସଂହିତା ଅନୁଯାୟୀ ଯାଞ୍ଚ ଆରମ୍ଭ କରାଯିବ ।

ପୂର୍ବତନ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀଙ୍କ ଏପରି ଆରୋପକୁ ମାର୍ଶଲ ଖଣ୍ଡନ କରିଛନ୍ତି । ମାର୍ଶଲ ଏହା ମଧ୍ୟ କହିଛନ୍ତିକି , ଶ୍ରୀଲଙ୍କାର ତତକାଳୀନ ଖେଳମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ପତ୍ରକୁ ମଧ୍ୟ ଅସ୍ବୀକାର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ଏନେଇ କୌଣସି ରେକର୍ଡ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.