ଲାହୋର କାର୍ଯ୍ୟକ୍ରମକୁ ବାତିଲ କଲା ଆଇସିସି, ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ ହୋଇଥାନ୍ତା ଘୋଷଣା

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ କରୁଛି । ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମକୁ ପାକିସ୍ତାନ ପଠାଇବାକୁ ମନା କରିଛି । ତେଣୁ ବିସିସିଆଇ ଆଇସିସିକୁ ଏକ ଚିଠି ଲେଖି ପାକିସ୍ତାନ ନ ଯିବାକୁ କହିଛି । ଏଥିପାଇଁ ଆଇସିସିକୁ ନିଜର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ବାତିଲ କରିଛି ।

ଆଇସିସି ଲାହୋରରେ ୧୧ ନଭେମ୍ବର ଏକ କାର୍ଯ୍ୟକ୍ରମରେ ଔପଚାରିକ ଭାବେ ଘୋଷଣା କରିବାର ଥିଲା । କିନ୍ତୁ ଏହାକୁ ବାତିଲ କରାଯାଇଛି । ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ପାକିସ୍ତାନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର ଖେଳସୂଚୀ ଘୋଷଣା ହୋଇନାହିଁ । ଆୟୋଜକ ଟିମ୍ ଏବଂ ଅଂଶ ଗ୍ରହଣ କରିବାକୁ ଥିବା ଦେଶ ମଧ୍ୟରେ ଚର୍ଚ୍ଚା ଚାଲିଛି ।

ଏହି କାର୍ଯ୍ୟକ୍ରମରେ ଆଇସିସି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଘୋଷଣା ହୋଇଥାନ୍ତା । କିନ୍ତୁ ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ନୂଆ ଖେଳସୂଚୀ ପ୍ରସ୍ତୁତ କରିବାକୁ ସମୟ ଲାଗିବ । ତେଣୁ କରି ଆଜି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଆଇସିସି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଫାଇନାଲ ମାର୍ଚ୍ଚ ୯ ତାରିଖରେ ଖେଳାଯିବ । ପିସିବି ଏଥିପାଇଁ କାର୍ଯସୂଚୀ ଆରମ୍ଭ କରିଛି । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯିବ । ମାର୍ଚ୍ଚ ୧ରେ ଦୁଇ ଟିମ ମଧ୍ୟରେ ମ୍ୟାଚ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ଟି ଟିମ୍ ଭାଗ ନେବ । ଚାମ୍ପିଅନ୍ସ ଟ୍ରଫିରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ପାକିସ୍ତାନ ଏବଂ ସାଉଥ ଆଫ୍ରିକା ରହିଛି । ଟୁର୍ଣ୍ଣାମେଣ୍ଟ ୧୦୦ ଦିନ ପାଇଁ ଖେଳାଯିବ । ପିସିବି ଭାରତୀୟ ଟିମର ସମସ୍ତ ମ୍ୟାଚ ଲାହୋରରେ ଖେଳାଯିବାକୁ ଯୋଜନା ରଖିଛି ।

ସୂଚନାଯୋଗ୍ୟ, ୨୦୦୮ରେ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତ । ଧୋନିଙ୍କ ଅଧିନାୟକତ୍ବରେ ପାକିସ୍ତାନ ମାଟିରେ ଏସିଆ କପ୍ ଖେଳିଥିଲା । ସେତେବେଳେ ଭାରତ ଫାଇନାଲରେ ପହଞ୍ଚିଥିଲା । ଭାରତ ଶ୍ରୀଲଙ୍କା ଠାରୁ ୧୦୦ ରନରେ ହାରିଥିଲା ।

You might also like