ଚାମ୍ପିଅନ୍ସ ଟ୍ରଫି କ୍ରୀଡ଼ା ସୂଚୀ ଘୋଷିତ, ଭାରତ-ପାକିସ୍ତାନ ମ୍ୟାଚ୍ ଲାହୋରରେ ଖେଳାଯିବ !

ମୁମ୍ବାଇ : ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ । ଏଥିପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ବିଭିନ୍ନ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ସମସ୍ତଙ୍କର ଅପେକ୍ଷା ରହିଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ମାର୍ଚ୍ଚ ୧ ତାରିଖରେ ଖେଳାଯିବାକୁ ସ୍ଥିର ହୋଇଛି ।

ଅବଶ୍ୟ ଏହା ଏବେବି ସନ୍ଦେହ ଭିତରେ ରହିଛି କି, ଭାରତୀୟ ଦଳ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ କି ନାହିଁ । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ର ସୂଚନା ଅନୁଯାୟୀ ସୁରକ୍ଷା ଦୃଷ୍ଟିରୁ ଭାରତର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବ । ଏନେଇ ପିସିବି ତରଫରୁ ଆଇସିସିକୁ ପ୍ରସ୍ତାବ ପଠା ଯାଇସାରିଛି ।

ତେବେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଶତ୍ରୁତା ଯୋଗୁଁ ଭାରତୀୟ ଦଳ ପାକିସ୍ତାନକୁ ଖେଳିବା ପାଇଁ ଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ଦଳ ପାକିସ୍ତାନ ଯିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ହେଲେ ଏ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ । ଗତ ବର୍ଷ ପାକିସ୍ତାନ ଏସିଆ କପର ଆୟୋଜନ କରିଥିଲା । ତେବେ ଭାରତ ପାକିସ୍ତାନରେ ଖେଳିବାକୁ ମନା କରିବା ପରେ ଶ୍ରୀଲଙ୍କାରେ ଏହି ପ୍ରତିଯୋଗିତା କରାଯାଇଥିଲା । ଶେଷଥର ପାଇଁ ଦୁଇ ଦଳ ୨୦୧୨-୧୩ରେ ଖେଳିଥିଲେ । ସେତେବେଳେ ଭାରତ ଆସି ପାକିସ୍ତାନ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିଥିଲା ।

You might also like