Categories: କ୍ରୀଡା

୨୭ ବର୍ଷ, ୬ ବିଶ୍ବକପ୍ . . କୌଣସି ଯୁଦ୍ଧରୁ କମ୍ ନୁହେଁ ଭାରତ- ପାକ୍ ମ୍ୟାଚ୍ : ଜାଣନ୍ତୁ କିଏ କାହା ଉପରେ ପଡିଲା ଭାରୀ

୧୬ ଜୁନରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ଶତ୍ରୁ ଭାରତ ପାକିସ୍ତାନ । ଯେତେବେଳେ ଏହି ଦୁଇ ଟିମ୍ ମୈଦାନକୁ ଆସନ୍ତି ସେତେବେଳେ ଚରମରେ ଥାଏ ରୋମାଞ୍ଚ । ବିଶ୍ବକପଠୁ ଦମଦାର ଥାଏ ଏହି ମ୍ୟାଚ୍ । ଏଯାଏଁ ବିଶ୍ବକପରେ ଏହି ଦୁଇ ଟିମର ୬ ଥର ଟକ୍କର ହୋଇସାରିଛି । କିନ୍ତୁ ସବୁଥର ବିଜୟ ମୁକୁଟ ପିନ୍ଧିଥାଏ ଭାରତ ।

ଯଦି ଦିନିକିଆ ଇଣ୍ଟରନ୍ୟାସନାଲ୍ ମୁକାବିଲା ଦେଖିବା ତେବେ ପାକିସ୍ତାନର ସବୁଠାରୁ ଅଧିକ ଥର ବିଜୟ ହୋଇଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରାୟ ୧୩୧ ୱନଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ମଧ୍ୟରୁ ପାକିସ୍ତାନ ୭୩ ଟିରେ ବିଜୟ ହୋଇଥିବା ବେଳେ ଭାରତ ଜିତିଛି ୫୪ ଟି ମ୍ୟାଚ୍ । ଆଉ ଡ୍ର ରହିଛି ୪ ଟି ମ୍ୟାଚ୍ ।

କିନ୍ତୁ ଯଦି ବିଶ୍ବକପ୍ କଥା କହିବା ଭାରତ ସାମ୍ନାରେ ତିଷ୍ଠି ପାରେନି ପାକିସ୍ତାନ । ପ୍ରଶଂସକଙ୍କ ସାମ୍ନାରେ ଭାରତ – ପାକିସ୍ତାନ ମ୍ୟାଚ୍ ଫାଇନାଲ୍ ସହ ସମାନ । ଏବେ ନଜର ପକାନ୍ତୁ ଏହି ୬ ସୁପରମ୍ୟାଚ୍ ଉପରେ ।

ବିଶ୍ବ କପ୍ ୧୯୯୨ : ୪୩ ରନରେ ଜିତିଥିଲା ଭାରତ

ବିଶ୍ବକପ୍ ଆରମ୍ଭ ହେବାର ୧୭ ବର୍ଷ ପରେ ପ୍ରଥମ ଥର ପାଇଁ ସାମ୍ନା ସାମ୍ନି ହୋଇଥିଲେ ଏହି ଦୁଇ ପାରମ୍ପରିକ ଶତ୍ରୁ । ପାକିସ୍ତାନ ସାମ୍ନାରେ ୨୧୭ ରନର ବିଜୟ ଲକ୍ଷ ରଖିଥିଲା ଟିମ୍ ଇଣ୍ଡିଆ । ଯାହାର ଜବାବରେ ପୁରା ପାକିସ୍ତାନୀ ଟିମ୍ ୧୭୩ରେ ସୀମିତ ହୋଇଯାଇଥିଲା ।

ବିଶ୍ବ କପ୍ ୧୯୯୨ : ୩୯ ରନରେ ଜିତିଥିଲା ଭାରତ

ଲଗାତାର ଦ୍ବିତୀୟ ଥର ପାଇଁ କ୍ବାର୍ଟର ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ ଭାରତ ଏବଂ ପାକିସ୍ତାନ । ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ୯୩ ରନର ଦମଦାର ପାଳି ଖେଳି ଜବରଦସ୍ତ ଆରମ୍ଭ କରିଥିଲା ଭାରତ । ଏଥର ପାକିସ୍ତାନ ସାମ୍ନାରେ ଥିଲା ୨୮୭ର ବିଶାଳ ସ୍କୋର । ଭଲ ପ୍ରଦର୍ଶନ କରି ସୁଦ୍ଧା ଟିମ ଇଣ୍ଡିଆର ବୋଲରଙ୍କ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଆଉ ଫଳାଫଳ ହେଲା ମ୍ୟାଚକୁ କବଜା କଲା ଟିମ୍ ଇଣ୍ଡିଆ ।

ବିଶ୍ବ କପ୍ ୧୯୯୨ : ୪୭ ରନରେ ଜିତିଥିଲା ଭାରତ

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୭ ରନ କରିଥିଲା ଭାରତ । ଯେଉଁଥିରେ ସଚିନ ୪୫, ଦ୍ରାବିଡ୍ ୬୧ ଏବଂ କ୍ୟାପଟେନ୍ ଅଜହରୁଦ୍ଦିନ୍ ୫୯ ରନ କରିଥିଲେ । ପାକିସ୍ତାନ ଏହି ମ୍ୟାଚରେ ୪୫.୩ ଓଭରରେ ୧୫୦ ରନ କରି ଧରାସାୟୀ ହୋଇଯାଇଥିଲା । ଭାରତ ତରଫରୁ ଭେଙ୍କଟେଶ୍ ପ୍ରସାଦ ୫ ଏବଂ ଶ୍ରୀନାଥ ତିନିଟି ୱିକେଟ୍ ନେଇଥିଲେ ।

ବିଶ୍ବକପ୍ ୨୦୦୩ : ୬ ୱିକେଟରେ ଜିତିଲା ଭାରତ

ବିଶ୍ବକପରେ ଭାରତ ବିପକ୍ଷରେ ୪ର୍ଥ ଥର ମୈଦାନକୁ ଓହ୍ଲାଇଥିଲା ପାକିସ୍ତାନ । ଏଥିରେ ଭାରତ ସାମ୍ନାରେ ୨୭୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ଏହି ଟାର୍ଗେଟକୁ ପିଛା କରି ସଚିନ୍ ୯୮, ସେହ୍ବାଗ ୨୧, ଦ୍ରାବିଡ୍ ୪୪ ଏବଂ ଯୁବରାଜ କରିଥିଲେ ୫୦ ରନ୍ । ଆଉ ୬ ୱିକେଟରେ ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ ।

ବିଶ୍ବକପ୍ ୨୦୧୧ : ୨୯ ରନରେ ପାକିସ୍ତାନକୁ ହରାଇଥିଲା ଭାରତ

୮୫ ରନ କରି ପୁଣିଥରେ ଭାରତ ପାଇଁ ସଙ୍କଟମୋଚନ ଭାବରେ ଛିଡା ହୋଇଥିଲ. ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ସାମ୍ନାରେ ୨୬୦ ରନରେ ବଡ଼ ସ୍କୋର ରଖିଥିଲା ଭାରତ । ଯାହାର ଯବାବରେ ୨୩୧ ରନ କରି ମ୍ୟାଚ୍ ହାରିଥିଲା ପାକିସ୍ତାନ ।

ବିଶ୍ବକପ୍ ୨୦୧୫ : ପାକିସ୍ତାନକୁ ୭୬ ରନରେ ମାତ୍ ଦେଇଥିଲା ଭାରତ

ବିରାଟ କୋହଲୀ ୧୦୭, ସୁରେଶ ରୈନା ୭୪ ଏବଂ ଶିଖର ଧୱନ ୭୩ ରନ୍ କରି ପାକିସ୍ତାନ ସାମ୍ନାରେ ୩୦୧ ରନର ବିଜୟ ଲକ୍ଷ ରଖିଥିଲେ । ଯାହାର ଜବାବରେ ପାକିସ୍ତାନୀ ଟିମ୍ ୨୨୪ ରନରେ ଧରାସାୟୀ ହୋଇଯାଇଥିଲା । ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ବିରାଟ କୋହଲୀ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago