ଆଗାମୀ ବିଶ୍ବକପ ଖେଳିବ ୧୪ଟି ଟିମ, ଫ୍ଯାନଙ୍କୁ ମିଳିବ ଚାମ୍ପିଅନ ଟ୍ରଫି ଦେଖିବାର ମଜା

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵକପ୍‌କୁ ନେଇ କିଛି ବଡ ଘୋଷଣା କରିଛି। ଏଥିସହ ୨୦୨୩-୩୧ ମଧ୍ୟରେ ବିଶ୍ଵ କ୍ରିକେଟ୍‌ର କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛି। ୨୦୨୭ ଓ ୨୦୩୧ ବିଶ୍ଵ କପ୍‌ରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏହାସହ ପୁଣି ଥରେ କ୍ରିକେଟ୍ ପ୍ରଶଂସକଙ୍କୁ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ମିଳିବ। ଆଇସିସି ନିଜର କାର୍ଯ୍ୟକ୍ରମରେ ଚାମ୍ପିଅନ୍ସ ଟ୍ରଫିକୁ ସ୍ଥାନ ଦେଇଛି।

୨୦୨୩-୩୧ ମଧ୍ୟରେ ପୁରୁଷ କ୍ରିକେଟ୍‌ର ୧୨ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ଏଥିରେ ଦୁଇଟି ବିଶ୍ଵ କପ୍, ଚାରୋଟି ଟି-୨୦ ବିଶ୍ଵକପ୍, ଦୁଇଟି ଚାମ୍ପିଅନ୍ସ ଟ୍ରଫି ଏବ ଚାରି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ରହିଛି। ଏହା ବ୍ୟତୀତ ମହିଳାଙ୍କ ୮ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ବିସିସିଆଇ, କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡର ବିରୋଧ ମଧ୍ୟରେ ଆଇସିସି ପ୍ରତି ବର୍ଷ ଗୋଟିଏ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏହି ସମୟରେ ୧୯ ବର୍ଷରୁ କମ ବର୍ଗର ଟୁର୍ଣ୍ଣାମେଣ୍ଟ ମଧ୍ୟ ସାମିଲ।

ଆଇସିସି ବୈଠକ ପରେ ସୂଚନା ଦେଇଛି ଯେ, ୨୦୧୭ ଓ ୨୦୩୧ ବିଶ୍ଵକପରେ ୧୪ଟି ଦଳ ଅଂଶ ଗ୍ରହଣ କରିବେ। ଏଥିରେ ମୋଟ୍ ୫୪ଟି ମୁକାବିଲା ଖେଳାଯିବ। ବିଶ୍ଵକପ୍ ୨୦୦୩ ପରି ସୁପର-୬ ଫର୍ମାଟରେ ଆୟୋଜନ ହେବ। ଦୁଇଟି ଗ୍ରୁପରେ ୭-୭ ଦଳ ରହିବେ। ପ୍ରତି ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପର ଶୀର୍ଷ ୩ ଦଳ ସୁପର-୬ରେ ପ୍ରବେଶ କରିବେ। ପୁଣି ସୁପର ସିକ୍ସରେ ପ୍ରତି ଦଳ ପାଞ୍ଚଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପଏଣ୍ଟ ଆଧାରରେ ୪ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.