ICC ଜାରି କଲା ଚାମ୍ପିଅନ୍ସ ଟ୍ରଫି ଟୁରର ନୂଆ ସୂଚୀ, ୧୫ ଜାନୁଆରୀରୁ ଭାରତ ଆସିବ ଟ୍ରଫି

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ଟ୍ରଫି ଟୁର ଜାରି କରିଛି ଆଇସିସି । ବିସିସିଆଇର ଆପତ୍ତି ପରେ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଅଧିକୃତ କଶ୍ମୀର ଯିବ ନାହିଁ । ଆଇସିସି ପାକିସ୍ତାନର ପିଓକେ ପ୍ଲାନ୍କୁ ବାତିଲ କରିଛି । ଟାମ୍ପିଅନ୍ସ ଟ୍ରଫି ଟୁର ୧୬ ନଭେମ୍ବରରୁ ଇସଲାମାବାଦରୁ ଆରମ୍ଭ ହେବ । ଏହାର ଶେଷ ଟୁର ଭାରତ ପାଇଁ ରଖାଯାଇଛି । ଏହାପରେ ଟ୍ରଫି ପାକିସ୍ତାନ ପୁଣି ଫେରିଯିବ ।

ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫିକୁ ପିଓକେ ନେବାକୁ ଚାହୁଁଥିଲା । କିନ୍ତୁ ବିସିସିଆଇର ଆପତ୍ତି ପରେ ପାକିସ୍ତାନର ଯୋଜନାକୁ ପଣ୍ଡ ହୋଇଛି । ଏବେ ଆଇସିସି ଟ୍ରଫି ଟୁର ନୂଆ ସୂଚୀ ଜାରି ହୋଇଛି । ଏହା ୧୬ ନଭେମ୍ବରରୁ ଆରମ୍ଭ ହୋଇ ୨୬ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଟ୍ରଫି ୨୬ ଜାନୁଆରୀରେ ଭାରତରେ ଥିବ ।

ଚାମ୍ପିଅନ୍ସ ଟ୍ରଫି ଟୁର ଭାରତ ପାଇଁ ଧାର୍ଯ୍ୟ ହୋଇଛି । ୧୫ ଜାନୁଆରୀରୁ ୨୬ ଜାନୁଆରୀ ପର୍ଯ୍ୟନ୍ତଭାରତରେ ରହିବ ଚାମ୍ପିଅନ୍ସ ଟ୍ରଫି । ଚାମ୍ପିଅନ୍ସ ଟ୍ରଫି ଟୁର ପାକିସ୍ତାନରେ ୧୬ ନଭେମ୍ବରରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ରହିବ । ଏହାପରେ ଇସଲାମବାଦ ପରେ ଏବଟାବାଦ, ମୁରୀ, ନଥିୟା ଗଲି ଏବଂ କରାଚୀ ଯିବ । ଏହାପରେ ୨୬ ରୁ ୨୮ ନଭେମ୍ବର ଆଫଗାନିସ୍ତାନରେ ରହିବ ।

ଟ୍ରଫି ଟୁର :

୧୬ ନଭେମ୍ବର : ଇସଲାମବାଦ, ପାକିସ୍ତାନ
୧୭ ନଭେମ୍ବର : ତକ୍ଷଶିଳା ଏବଂ ଖାନପୁର, ପାକିସ୍ତାନ
୧୮ ନଭେମ୍ବର : ଏବଟାବାଦ, ପାକିସ୍ତାନ
୧୯ ନଭେମ୍ବର: ମୁର୍ରୀ, ପାକିସ୍ତାନ
୨୦ ନଭେମ୍ବର : ନାଥିୟା ଗଲି, ପାକିସ୍ତାନ
୨୨-୨୫ ନଭେମ୍ବର : କରାଚି, ପାକିସ୍ତାନ
୨୬-୨୮ ନଭେମ୍ବର : ଆଫଗାନିସ୍ତାନ
୧୦-୧୩ ଡିସେମ୍ବର : ବାଂଲାଦେଶ
୧୫-୨୨ ଡିସେମ୍ବର : ଦକ୍ଷିଣ ଆଫ୍ରିକା
୨୫ ଡିସେମ୍ବର-୫ ଜାନୁଆରୀ :ଅଷ୍ଟ୍ରେଲିଆ
୬-୧୧ ଜାନୁଆରୀ : ନୁଜିଲାଣ୍ଡ
୧୨-୧୪ ଜାନୁଆରୀ : ଇଂଲଣ୍ଡ
୧୫-୨୬ ଜାନୁଆରୀ :ଭାରତ
୨୭ ଜାନୁଆରୀ : ପାକିସ୍ତାନ

You might also like