ବିଶ୍ବ ଟେଷ୍ଟ ଚମ୍ପିଆନସିପ ବିଜେତାଙ୍କୁ ମିଳିବ ଏତେ କୋଟି ଟଙ୍କା, ଆଇସିସି କଲା ଘୋଷଣା

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମ୍ୟାଚ୍‌କୁ ମାତ୍ର ୩ ଦିନ ବାକି ରହିଛି। ବିଶ୍ଵର ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲେଟ୍ ମୁକାବିଲା ଉପରେ ରହିଛି। ଅନ୍ୟପଟେ ଟାଇଟଲ୍‌ ମୁକାବିଲା ଜିତିବା ଦଳକୁ କେତେ ପୁରସ୍କାର ରାଶି ମିଳିବ ତାହା ଘୋଷଣା କରାଯାଇଛି।

ଆଇସିସିର ସିଇଓ ଜ୍ୟୋଫ ଆଲାର୍ଡିସ୍ ଘୋଷଣା କରିଛନ୍ତି ଯେ, ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମ୍ୟାଚ୍ ଜିତିବା ଦଳକୁ ପ୍ରାୟ ୧୨ କୋଟି ଟଙ୍କା ପୁରସ୍କାର ରାଶି ଭାବେ ମିଳିବ। ସେହିପରି ଉପ ବିଜେତା ଦଳକୁ ପ୍ରାୟ ୬ କୋଟି ଟଙ୍କା ମିଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଉଭୟ ଦଳ ଇଂଲଣ୍ଡରେ ନିଜ ନିଜର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।

ଆଇସିସି ଅନୁଯାୟୀ, ଯଦି ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଡ୍ର ରହେ ତେବେ ମୋଟ୍ ଧନରାଶିକୁ ଦୁଇ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ। ଭାରତୀୟ ଦଳ ଘରୋଇ ମାଟିରେ ଇଂଲଣ୍ଡକୁ ୩-୧ରେ ପରାଜିତ କରି ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍‌ ରଦ୍ଦ ହେବା କାରଣରୁ ନ୍ୟୁଜିଲାଣ୍ଡ ଦଳକୁ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.