ଟି୨୦ ବିଶ୍ୱକପ ‘ଟିମ୍‌ ଅଫ ଦ ଟୁର୍ଣ୍ଣାମେଣ୍ଟ’ କଲା ଘୋଷଣା ICC, ୬ ଭାରତୀୟ ଖେଳାଳିଙ୍କୁ ମିଳିଲା ସ୍ଥାନ

ICC ଟି୨୦ ବିଶ୍ୱକପ ୨୦୨୪ ପାଇଁ ଶ୍ରେଷ୍ଠ ସମ୍ଭାବ୍ୟ ଏକାଦଶ ଟିମ୍‌ ଘୋଷଣା କରିଛି । ଏହି ଟିମରେ ବିଶ୍ୱବିଜେତା ଭାରତୀୟ ଟିମର ୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । କିନ୍ତୁ ବିରାଟ କୋହଲି ଏଥରୁ ବାଦ୍‌ ପଡିଛନ୍ତି । ଭାରତ ଫାଇନାଲରେ ସାଉଥ ଆଫ୍ରିକା ମାତ୍ର ୭ ରନରେ ହରାଇ ଟି୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅଜେୟ ରହି ବିଶ୍ୱକପ ଜିତିଛି । ଯାହା ବିଶ୍ୱରେକର୍ଡ । ଏହାପୂର୍ବରୁ କୌଣସି ଟିମ୍‌ ବିନା ମ୍ୟାଚ ହାରି ଟି୨୦ ବିଶ୍ୱକପ ଜିତିନାହିଁ ।

ଆଇସିସି ଘୋଷଣା କରିଥିବା ଟିମରେ ଭାରତୀୟ ଖେଳାଳି ଭାବେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂଙ୍କ ନା ରହିଛି । ପାଣ୍ଡ୍ୟା ବିଶ୍ୱକପରେ ୧୪୪ରନ କରିବା ସହିତ ୧୧ ଓ୍ଵିକେଟ ନେଇଛନ୍ତି । ସେହିପରି ଅକ୍ଷର ପଟେଲ ମଧ୍ୟ ୯୨ ରନ କରିବା ସହିତ ୯ ଓ୍ଵିକେଟ ନେଇଛନ୍ତି ।

ସେହିପରି ଏମାନଙ୍କ ବ୍ୟତୀତ ରହମନୁଲ୍ଲାହ ଗୁରବାଜ, ରାଶିଦ ଖାନ, ନିକୋଲସ ପୁରନ, ମାର୍କସ ଷ୍ଟୋଇନିସ, ଫଜହଲକ ଫାରୁକିଙ୍କୁ ସ୍ଥାନ ମିଳିଛି । ସେହିପରି ୧୨ ନଂ ଖେଳାଳି ଭାବେ ଏନରିକ ନାର୍କିୟାଙ୍କୁ ଚୟନ କରାଯାଇଛି ।

ଭାରତୀୟ ଟିମରୁ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂ ଟୁର୍ଣ୍ଣାମେଣ୍ଟରେ ବଢିଆ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ବିଶ୍ୱକପରେ ୩ଟି ଅର୍ଦ୍ଧଶତକ ସହତ ୨୫୭ ରନ୍‌ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ଷ୍ଟ୍ରାଇକ ରେଟ ୧୫୬.୭ ଥିଲା । ରୋହିତ ଟି୨୦ ବିଶ୍ୱକପ ୨୦୨୪ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ।

ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୧୭ ବର୍ଷର ସ୍ୱପ୍ନକୁ ପୂରଣ କରିଛି । ୨୦୦୭ ପରେ ଦ୍ୱିତୀୟ ଥର ପାଇଁ ଆଇସିସି ଟି୨୦ ବିଶ୍ୱକପ ଟ୍ରଫି ହାସଲ କରିଛି ଭାରତ । ଏହି ଫାଇନାଲ ମ୍ୟାଚରେ କୋହଲି ୭୬ ରନର ପାଳି ଖେଳିଥିଲେ ସତ କିନ୍ତୁ ଆଇସିସି ତାଙ୍କୁ ଟିମରେ ସ୍ଥାନ ଦେଇନାହିଁ ।

ଆଫଗାନିସ୍ତାନ ଟିମ ସେମିଫାଇନାଲରୁ କଟିଯାଇଥିଲା ସତ କିନ୍ତୁ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ବଢିଆ ପ୍ରଦର୍ଶନ କରିଥିଲା । ଓପନର ରହମନୁଲ୍ଲାହ ଗୁରବାଜଙ୍କ ୩ଟି ଅର୍ଦ୍ଧଶତକ ବଳରେ ସର୍ବାଧିକ ୨୮୧ ରନ୍‌ କରିଥିଲା ।

ଆଇସିସି ଟି୨୦ ବିଶ୍ୱକପ ଶ୍ରେଷ୍ଠ ଏକାଦଶ : ରୋହିତ ଶର୍ମା, ରହମନୁଲ୍ଲାହ ଗୁରବାଜ, ନିକୋଲସ ପୁରନ, ସୂର୍ଯ୍ୟକୁମାର ଯାଦବ, କାର୍ମସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରାଶିଦ ଖାନ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ଫଜହଲକ ଫାରୁକି । (ଏନରିକ ନାର୍କିୟା)