ICC ପରୁଷ ଟି୨୦ ଟିମ୍ ଅଫ ଦ ଇଅର : ରୋହିତ ଅଧିନାୟକ, ଟିମରେ ବିରାଟଙ୍କୁ ମିଳିଲାନି ସ୍ଥାନ

ICC ପରୁଷ ଟି୨୦ ଟିମ୍ ଅଫ ଦ ଇଅର ଘୋଷଣା ହୋଇଛି । ଆଇସିସି ୨୦୨୪ ଟିମ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ଚୟନ କରିଛି । ଏହାସହିତ ମୋଟ ୪ ଜଣ ଖେଳାଳିଙ୍କୁ ଏହି ଟିମରେ ସ୍ଥାନ ମିଳିଛି । କିନ୍ତୁ ଏହି ଟିମରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିନି । ପାକିସ୍ତାନ ଖେଳାଳି ବାବର ଆଜମ ଟିମରେ ସାମିଲ ହୋଇଛନ୍ତି । ଜିମ୍ବାୱେ ଖେଳାଳି ସିକନ୍ଦର ରଜା ମଧ୍ୟ ସୁଯୋଗ ମିଳିଛି ।
କୋହଲିକୁ ଟିମରୁ ବାଦ୍ ଦେଇ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଛି ଆଇସିସି । ରୋହିତଙ୍କୁ ଟିମରେ ସ୍ଥାନ ମିଳିଥିବା ବେଳେ ଅଧିନାୟକ ପଦ ବି ମିଳିଛି । ଟିମ୍ ଇଣ୍ଡିଆ ରୋହିତଙ୍କ ଅଧିନାୟକତ୍ବରେ ଟି୨୦ ବିଶ୍ବକପ ୨୦୨୪ ଟାଇଟଲ ଜିତିଥିଲା । ରୋହିତଙ୍କ ପାଇଁ ୨୦୨୪ ବର୍ଷ ବହୁତ ଶାନଦାର ଥିଲା । ରୋହିତ ଟି୨୦ ବିଶ୍ବକପରେ ୩ଟି ଅର୍ଦ୍ଧଶତକ ମାରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ସୁପର ୮ ମ୍ୟାଚରେ ୯୨ରନର ଦମଦାର ଇନିଂସ ଖେଳିଥିଲେ ।
ଆଇସିସି ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ଦେଇଛି । ପାଣ୍ଡ୍ୟା ପାଇଁ ୨୦୨୪ ଭଲ ରହିଛି । ସେ ୧୭ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ୩୫୨ ରନ୍ କରିଛନ୍ତି । ଏହାସହିତ ୧୬ ଟି ୱିକେଟ ନେଇଛନ୍ତି । ଆଇସିସି ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି । ବୁମରା ୮ଟି ମ୍ୟାଚରେ ୧୫ ୱିକେଟ ନେଇଛନ୍ତି । ଗୋଟିଏ ମ୍ୟାଚରେ ୭ ରନ ଦେଇ ୩ ୱିକେଟ ନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ଅର୍ଶଦୀପ ୧୮ ମ୍ୟାଚରେ ୩୬ ୱିକେଟ ନେଇଛନ୍ତି ।
India’s Rohit Sharma captains the ICC Men’s T20I Team of the Year 2024 🌟
Details ➡️ https://t.co/lK0sdx4Zhc pic.twitter.com/1oecBTeGQG
— ICC (@ICC) January 25, 2025
ଆଇସିସି ପୁରୁଷ ଟି୨୦ ଟିମ୍ ଅଫ୍ ଦ ଇଅର ୨୦୨୪ : ରୋହିତ ଶର୍ମା (ଅଧିନାୟକ), ଟ୍ରେଭିସ ହେଡ, ଫିଲିପ ସଲ୍ଟ, ବାବର ଆଜମ, ନିକୋଲାସ ପୁରନ, ସିକନ୍ଦର ରଜା, ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ ଖାନ, ବାନିନ୍ଦୁ ହସରଙ୍ଗା, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ।
Also Read : ଭାରତ ଏବଂ ଇଂଲଣ୍ଡ ଦ୍ବିତୀୟ ଟି୨୦ : ଅଭିଷେକ ଶର୍ମା ଆହତ, ପ୍ରଥମ ମ୍ୟାଚ୍ ହାରିବା ପରେ ଟିମରେ ପରିବର୍ତ୍ତନ କଲା ଇଂଲଣ୍ଡ