ଆଇସିସି ଟେଷ୍ଟ ରାଙ୍କିଂ : ଟପ୍-୧୦କୁ ଫେରିଲେ ରିଷଭ ପନ୍ତ, ସିଡନୀ ଟେଷ୍ଟରେ କରିଥିଲେ ଧୂଆଁଦାର ବ୍ୟାଟିଂ
ଆଇସିସି ରାଙ୍କିଂରେ ରିଷଭ ପନ୍ତଙ୍କୁ ବଡ଼ ଫାଇଦା ମିଳିଛି । ପୁଣିଥରେ ରିଷଭ ପନ୍ତ ଟପ-୧୦ ଶ୍ରେଷ୍ଠ ବ୍ୟାଟର ଭିତରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ବିତୀୟ ଇନିଂସରେ ରିଷଭ ପନ୍ତ ଧୂଆଁଦାର ବ୍ୟାଟିଂ କରିଥିଲେ । ଯାହାଫଳରେ ରିଷଭ ପନ୍ତଙ୍କୁ ଫାଇଦା ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଲଗାତାର ଖରାପ ପ୍ରଦର୍ଶନ ପରେ ରିଷଭ ପନ୍ତ ଟପ୍-୧୦ରୁ ବାଦ୍ ପଡିଥିଲେ । କିନ୍ତୁ ସିଡନୀ ଟେଷ୍ଟ ପରେ ଟପ୍-୧୦କୁ ଫେରିଛନ୍ତି । ସେହିପରି ସାଉଥ ଆଫ୍ରିକାର ଟେଷ୍ଟ ଅଧିନାୟକ ଟେମ୍ବା ବାବୁମା ମଧ୍ୟ ଇତିହାସ ରଚିଛନ୍ତି ।
ଆଇସିସି ନୂଆ ଟେଷ୍ଟ ରାଙ୍କିଂରେ ଇଂଲଣ୍ଡର ଜୋ ରୁଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଇଂଲଣ୍ଡର ହେରୀ ବ୍ରୁକ, ୩ୟ ସ୍ଥାନରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଏବଂ୪ର୍ଥ ସ୍ଥାନରେ ଜଶସ୍ବୀ ଜୟସୱାଲ ରହିଛନ୍ତି । ସେହିପରି ଟ୍ରାଭିସ ହେଡ ୫ମ ସ୍ଥାନରେ ରହିଛନ୍ତି ।
ସେହିପରି ୬ନଂ ସ୍ଥାନରେ ସାଉଥ ଆଫ୍ରିକା ଟିମର ଟେଷ୍ଟ ଅଧିନାୟକ ଟେମ୍ବା ବାବୁମା ରହିଥିବା ବେଳେ ଶ୍ରୀଲଙ୍କାର କାମେନ୍ଦୁ ମେଣ୍ଡିସ ୭ମ, ଷ୍ଟିଭ ସ୍ମିଥ ୮ମ, ରିଷଭ ପନ୍ତ ୯ମ ଏବଂ ନ୍ୟୁଜିଲାଣ୍ଡର ଡେରିଲ ମିଚେଲ ୧୦ମ ସ୍ଥାନରେ ରହିଛନ୍ତି ।
ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବର ୨୦୨୨ରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା । ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା । ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା । ହରିୟାଣା ରୋଡେଓ୍ଵଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।