ଟି୨୦ ବିଶ୍ୱକପ : ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ କିଣିବାର ସୁଯୋଗ, ଆଇସିସି ଦେଲା ଅଫର

ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚକୁ ଦେଖିବାକୁ ପାଇଁ ଫ୍ୟାନ୍ସ ମଧ୍ୟ ଟିକେଟ କିଣିସାରିଲେଣି । ହେଲେ ଏବେ ବି ଟିକେଟ କିଣିବାକୁ ଇଚ୍ଛୁକ ରହିଛନ୍ତି ଫ୍ୟାନ୍ସ । ଏହାକୁ ନେଇ ଆଇସିସି କିଛି ପ୍ରମୁଖ ଟି୨୦ ମ୍ୟାଚକୁ ନେଇ ଅତିରିକ୍ତ ଟିକେଟ ଜାରି କରିଛି । ଜୁନ୍‌ ୯ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ହେବାକୁ ରହିଛି । ତେଣୁ ଚିର ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲ ପାଇଁ ଫ୍ୟାନ୍ସ ଆହୁରି ଟିକେଟ ଦାବି କରୁଛନ୍ତି ।

ଆଇସିସି ଏକ ବୟାନ ଜାରି କରି କହିଛି କି, ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୪ ଆରମ୍ଭର ପ୍ରଥମ ସପ୍ତାହ ମଧ୍ୟରେ ଟିକେଟ ବିକ୍ରି ସରିଛି । କେବଳ କେତେକ ବଡ ମ୍ୟାଚ ପାଇଁ ଟିକେଟ ଚୟନ ଜାରି ରହିଛି । ଜୁନ୍‌ ୯ରେ ନ୍ୟୁୟର୍କରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାକୁ ନେଇ ଆଇସିସି ଟିକେଟ ଜାରି କରିବା ପାଇଁ ସହଭାଗୀଙ୍କ ସହିତ ମିଶିଛି । ଟିକେଟ ନେଇ କିଭଳି ଅଧିକ ଫ୍ୟାନ୍ସ ମ୍ୟାଚ ଦେଖିବେ, ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି ।

ଆଇସିସି କହିଛି କି, ଟେକ୍ସାସ ଏବଂ ଫ୍ଲୋରିଡାରେ ହେବାକୁ ଥିବା ମ୍ୟାଚ୍‌ ପାଇଁ ଅଧିକ ଟିକେଟ ଉପଲବ୍ଧ କରାଯିବ ।

ସୂଚନାଯୋଗ୍ୟ, ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ଦାମ୍‌ ଆକାଶ ଛୁଆଁ ହୋଇଥିଲା । ଟିକେଟ ଦାମ୍‌ ପାଖାପାଖି ୧ କୋଟିରେ ପହଞ୍ଚିଥିଲା । ଏହି ମ୍ୟାଚ ଖେଳାଯିବାକୁ ଥିବା ଷ୍ଟାଡିୟମର ଡାଇମଣ୍ଡ କ୍ଲବର ଟିକେଟ ଦାମ୍‌ ୧୬ ଲକ୍ଷ ରହିଥିଲା ।

ଆଜି ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ଭାରତୀୟ ଟିମ୍‌ ଆଇସିସି ଟି୨୦ ବିଶ୍ୱକପ ଗ୍ରୁପ ଏରେ ପାକିସ୍ତାନ, ଆୟରଲାଣ୍ଡ, ଆମେରିକା ଏବଂ କାନାଡା ସହିତ ମ୍ୟାଚ ଖେଳିବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

You might also like