ଭାରତରେ ନୁହେଁ, ୟୁଏଇ ଓ ଓମାନରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍

କେନ୍ଯୁଜ୍: ଭାରତରେ ନୁହେଁ, ୟୁଏଇ ଓ ଓମାନରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ । ଆଇସିସି ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବାର ଥିଲା ହେଲେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୟୁଏଇ ସ୍ଥାନାନ୍ତର କରାଯାଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇରେ ଆରମ୍ଭ ହେବ ।ଏଥିରେ ୧୬ଟି ଟିମ୍‌ ଅଂଶଗ୍ରହଣ କରିବେ ।

ଫାଇନାଲ ମୁକାବିଲା ନଭେମ୍ବର ୧୬ରେ ଆୟୋଜନ ହେବ । ଆଇପିଏଲ ଫାଇନାଲର କିଛି ଦିନ ପରେ ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବ । ୟୁଏଇର ଦୁବାଇ, ଆବୁଧାବି, ଓ ସାରଜାରେ ଏହି ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ରେ ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ତେବେ ଏନେଇ ବିସିସିଆଇ କିଛି ସ୍ପଷ୍ଟ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.