ଟ୍ରଫିରେ ବିସ୍କୁଟ୍, ପିସିବିକୁ ସମାଲୋଚନା କଲା ଆଇସିସି

ଆବୁଧାବି : ଟ୍ରଫି ନେଇ ବିବାଦ । ଆଜିଠାରୁ ଏଠାରେ ଆରମ୍ଭ ହେଉଥିବା ଟିୟୁସି କପ୍ ସିରିଜର ଟ୍ରଫିକୁ ନେଇ ଆପତ୍ତି ଉଠାଇଛି ଆଇସିସି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଟି-ଟ୍ବେଣ୍ଟି ସିରିଜ୍ ଖେଳା ଯାଉଛି । ତେବେ ଟ୍ରଫି ଉନ୍ମୋଚନ ବେଳେ ଦେଖିବାକୁ ମିଳିଲା ଯେ ଷ୍ଟମ୍ପ ଉପରେ ଉପରେ ରହିଛି ଏକ ବିସ୍କୁଟର ପ୍ରତୀକ । ଯାହାକୁ ନେଇ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନ କ୍ରିକେଟ୍ ବୋର୍ଡ଼ (ପିସିବି)କୁ ସମାଲୋଚନା କରି ଟ୍ବିଟ୍ କରିଛି । ଆଇସିସି ଜରିଆରେ ବିସ୍କୁଟର ପ୍ରଚାର କରିବାର ମାନେ କଣ ବୋଲି ଆଇସିସି ପ୍ରଶ୍ନ କରିଛି ।